ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିବେ ଏହି ୧୬ ବର୍ଷୀୟ ପାକ୍ ପେସର୍‌

ବ୍ରିସବେନ୍‌: ପାକିସ୍ତାନର ୧୬ ବର୍ଷୀୟ ଯୁବ ପେସ୍ ବୋଲର ନସୀମ୍ ଶାହ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବେ। ଗତ ସପ୍ତାହରେ ନସୀମଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା, କିନ୍ତୁ ସେ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। ପର୍ଥରେ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ୮ ଓଭରର ସ୍ପେଲରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ପାକିସ୍ତାନ ଟେଷ୍ଟ ଟିମ୍ କ୍ୟାପଟେନ୍ ଆଝାର ଅଲୀ ପ୍ରଥମ ମ୍ୟାଚ୍ ପୂର୍ବରୁ କହିଛନ୍ତି, ଆମେ ତାଙ୍କୁ (ନସୀମ) ଖେଳାଇବା ନେଇ ବିଚାର […]

nasim

Ranjit Kumar Jena
  • Published: Wednesday, 20 November 2019
  • , Updated: 20 November 2019, 08:44 PM IST

ବ୍ରିସବେନ୍‌: ପାକିସ୍ତାନର ୧୬ ବର୍ଷୀୟ ଯୁବ ପେସ୍ ବୋଲର ନସୀମ୍ ଶାହ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବେ। ଗତ ସପ୍ତାହରେ ନସୀମଙ୍କ ମା'ଙ୍କର ଦେହାନ୍ତ ହୋଇଥିଲା, କିନ୍ତୁ ସେ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। ପର୍ଥରେ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ୮ ଓଭରର ସ୍ପେଲରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

ପାକିସ୍ତାନ ଟେଷ୍ଟ ଟିମ୍ କ୍ୟାପଟେନ୍ ଆଝାର ଅଲୀ ପ୍ରଥମ ମ୍ୟାଚ୍ ପୂର୍ବରୁ କହିଛନ୍ତି, ଆମେ ତାଙ୍କୁ (ନସୀମ) ଖେଳାଇବା ନେଇ ବିଚାର କରୁଛୁ। ବାସ୍ତବରେ ସେ ବହୁତ ଭଲ ବୋଲିଂ କରୁଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବହୁତ କମ୍ କ୍ରିକେଟର ୧୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି, ଯେଉଁଥିରେ ଭାରତର ମହାନ୍ କ୍ରିକେଟର ସଚିନ ତେନ୍ଦୁଲକର ସାମିଲ୍ ଅଛନ୍ତି। ସଚିନ ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ସବୁଠାରୁ କମ୍ ବୟସରେ ଟେଷ୍ଟ ଖେଳିବାରେ ପାକିସ୍ତାନର ହସନ୍ ରଜା ଆଗରେ ଅଛନ୍ତି। ହସନ୍ ୧୯୯୬ରେ ମାତ୍ର ୧୪ ବର୍ଷ ବୟସରେ ଟେଷ୍ଟ ଖେଳିଥିଲେ, କିନ୍ତୁ ପରେ ତାଙ୍କର ଜନ୍ମ ପ୍ରମାଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ନସୀମଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି। ଅଖତର ନସୀମଙ୍କ ଧୈର୍ଯ୍ୟ ଏବଂ ସଂଯମତାକୁ ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ତୁଳନା କରିଛନ୍ତି। ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ଜଣେ ବୋଲର ଭାବେ ମୁଁ କହିବି ଯେ ପାକିସ୍ତାନକୁ ଆଉ ଏକ ଷ୍ଟାର୍ ପେସ୍ ବୋଲର ମିଳିଛି।"

Related story