କୋଲକାତା ଆଗରେ ୧୬୧ ରନ୍‌ର ବିଜୟ ଲକ୍ଷ୍ୟ: ପୁଣି ସବୁଠୁ ଦାମୀ ଖେଳାଳି ହେଲେ ଫେଲ୍‌

କୋଲକାତା ଆଗରେ ୧୬୧ ରନ୍‌ର ଟାର୍ଗେଟ୍‌। ରାଜସ୍ଥାନ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୬୦ ରନ୍‌। ରାଜସ୍ଥାନ ପକ୍ଷରୁ ଅଧିନାୟକ ରାହାଣେ ୩୬ ରନ୍‌ କରିଥିବା ବେଳେ ଡି ସଟ୍‌ ୪୪ରନର ପାଳି ଖେଳିଥିଲେ। ଏହି ଦୁଇଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟ କୋଣସି ଖେଳାଳି କୋଲକାତା ବୋଲିଂକୁ ସାମ୍ନା କରିପାରିନଥିଲେ। ବିଶେଷ କରି ଆଇପିଏଲର ସବୁଠୁ ଦାମୀ ଖେଳାଳି ମଧ୍ୟ ଏଥର ବି ଫେଲ୍‌। ରାଜସ୍ଥାନ ବେନ୍‌ ଷ୍ଟୋକ୍ସଙ୍କୁ […]

india-cricket-vivo-ipl-2018_9364da44-3cc7-11e8-bfff-c0c145c8e053

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 10:02 PM IST

କୋଲକାତା ଆଗରେ ୧୬୧ ରନ୍‌ର ଟାର୍ଗେଟ୍‌। ରାଜସ୍ଥାନ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୬୦ ରନ୍‌। ରାଜସ୍ଥାନ ପକ୍ଷରୁ ଅଧିନାୟକ ରାହାଣେ ୩୬ ରନ୍‌ କରିଥିବା ବେଳେ ଡି ସଟ୍‌ ୪୪ରନର ପାଳି ଖେଳିଥିଲେ। ଏହି ଦୁଇଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟ କୋଣସି ଖେଳାଳି କୋଲକାତା ବୋଲିଂକୁ ସାମ୍ନା କରିପାରିନଥିଲେ। ବିଶେଷ କରି ଆଇପିଏଲର ସବୁଠୁ ଦାମୀ ଖେଳାଳି ମଧ୍ୟ ଏଥର ବି ଫେଲ୍‌। ରାଜସ୍ଥାନ ବେନ୍‌ ଷ୍ଟୋକ୍ସଙ୍କୁ ୧୨.୫ କୋଟିରେ କିଣିଥିବା ବେଳେ ଏପର୍ଯ୍ୟନ୍ତ ଷ୍ଟୋକ୍‌ ଖରାପ ଫର୍ମରେ ଚାଲିଛନ୍ତି। ଅନ୍ୟପଟେ କେକେଆର୍‌ ପକ୍ଷରୁ ନିତିଶି ରାଣା ଓ ଟମ୍ କୁରାନ ୨ ଲେଖାଏଁ ୱିକେଟ୍‌ ହାସଲ କରିଥିବା ବେଳେ ଶିବମ ମାଭି, କୁଲଦୀପ ଯାଦବ ଓ ପିୟୁଷ ଚାୱାଲା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି। ଜୟପୁରର ସୱାଇ ମାନସିଂ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍ସ ଓ କେକେଆର୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ କେକେଆର୍‌ ଅଧିନାୟକ ଦିନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Related story