ଅର୍ଜୁନ ପୁରସ୍କାର ପାଇଁ ୧୭ କ୍ରୀଡାବିତଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ଚଳିତବର୍ଷର ଅର୍ଜୁନ ପୁରସ୍କାର ପାଇଁ ୧୭ ଜଣ କ୍ରୀଡାବିତଙ୍କ ନାମ ସୁପାରିଶ କରିଛି କ୍ରୀଡା ମନ୍ତ୍ରଣାଳୟ। ଏଥିପାଇଁ ଏକ ଚୟନ କମିଟି ଗଠନ କରିଛି ମନ୍ତ୍ରଣାଳୟ। ଏହି କମିଟି କ୍ରୀଡାବିତଙ୍କ ଦକ୍ଷତାକୁ ଦେଖି ଅର୍ଜୁନ ପୁରସ୍କାର ପାଇଁ ସେମାନଙ୍କ ନାମକୁ ଚୟନ କରିବେ। ଏହି କ୍ରୀଡାବିତଙ୍କ ମଧ୍ୟରେ ରହିଛନ୍ତି ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୨୬୪ ରନ କରିଥିବା ଅଲ ରାଉଣ୍ଡର ରୋହିତ ଶର୍ମା ଓ ବିଭିନ୍ନ ଇଭେଣ୍ଟରେ ୬ଟି ପଦକ ଜିତିଥିବା ସୁଟର ଜିତୁ […]

rai getty

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 04:21 PM IST

ନୂଆଦିଲ୍ଲୀ: ଚଳିତବର୍ଷର ଅର୍ଜୁନ ପୁରସ୍କାର ପାଇଁ ୧୭ ଜଣ କ୍ରୀଡାବିତଙ୍କ ନାମ ସୁପାରିଶ କରିଛି କ୍ରୀଡା ମନ୍ତ୍ରଣାଳୟ। ଏଥିପାଇଁ ଏକ ଚୟନ କମିଟି ଗଠନ କରିଛି ମନ୍ତ୍ରଣାଳୟ। ଏହି କମିଟି କ୍ରୀଡାବିତଙ୍କ ଦକ୍ଷତାକୁ ଦେଖି ଅର୍ଜୁନ ପୁରସ୍କାର ପାଇଁ ସେମାନଙ୍କ ନାମକୁ ଚୟନ କରିବେ। ଏହି କ୍ରୀଡାବିତଙ୍କ ମଧ୍ୟରେ ରହିଛନ୍ତି ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୨୬୪ ରନ କରିଥିବା ଅଲ ରାଉଣ୍ଡର ରୋହିତ ଶର୍ମା ଓ ବିଭିନ୍ନ ଇଭେଣ୍ଟରେ ୬ଟି ପଦକ ଜିତିଥିବା ସୁଟର ଜିତୁ ରାୟ। ଅନ୍ୟମାନଙ୍କ ମଧ୍ୟରେ ତୀରନ୍ଦାଜୀରେ ସନ୍ଦୀପ କୁମାର, ଆଥଲେଟିକ୍ସରେ ଏମ.ଆର. ପୁଭାମ୍ମା, ବକ୍ସିଂରେ ମନ୍ଦିପ ଜାଙ୍ଗ୍ରା, ଜିମନାଷ୍ଟିକ୍ସରେ ଦୀପା କର୍ମକାର, ହକିରେ ପି.ଆର. ଶ୍ରୀଜେସ, ବ୍ୟାଟମିଣ୍ଟନରେ କେ.ଶ୍ରୀକାନ୍ତ, ଭାରତ୍ତୋଳନରେ ସତୀଶ କୁମାର, ରେସିଲିଂରେ ବଜରଙ୍ଗ ଓ ବବିତା, ହୁଶୁରେ ଶନ୍ଥୋଇ ଦେବୀ, ପାରା ସ୍ୱିମିଂରେ ଶାରଥ ଗାଇକୱାଡ, କବାଡିରେ ମନଜିତ ଚିଲ୍ଲାର ଓ ଅଭିଲାଷା ମଠାରେ, ରୋଲର ସ୍କେଟିଂରେ ଅନୂପ କୁମାର ୟାମା ଓ ରୋଇଂରେ ସ୍ୱାରଣ ସିଂଙ୍କ ନାମ ରହିଛନ୍ତି।

Related story