କଲମ୍ବୋ ଟି-ଟ୍ୱେଣ୍ଟି: ଟିମ୍‌ ଇଣ୍ଡିଆ ସାମ୍ନାରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଆଗରେ ୧୭୧ ରନର ବିଜୟ ଲକ୍ଷ୍ୟ। କଲମ୍ବୋରେ ଖେଳାଯାଉଥିବା ଏକମାତ୍ର ଟି- ଟ୍ୱେଣ୍ଟିରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କିରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୭୦ ରନ କରିଛି। ଟେଷ୍ଟ ଓ ଦିନିକିଆ ସିରିଜ ପରେ ଏକମାତ୍ର ଟି-ଟ୍ୱେଣ୍ଟି ଆଜି ଖେଳାଯାଉଛି। ଇଣ୍ଡିଆ ପ୍ରଥମେ ଟସ୍‌ ଜିତି ଫଲ୍ଡିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ଦିଲସାନ୍‌ ମୁନାୱାରା ୨୯ଟି ବଲରୁ ୫୩ ରନ କରିଥିବା ବେଳେ ପ୍ରିୟଂଜନ […]

Rakesh Mallick
  • Published: Wednesday, 06 September 2017
  • , Updated: 06 September 2017, 09:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଆଗରେ ୧୭୧ ରନର ବିଜୟ ଲକ୍ଷ୍ୟ। କଲମ୍ବୋରେ ଖେଳାଯାଉଥିବା ଏକମାତ୍ର ଟି- ଟ୍ୱେଣ୍ଟିରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କିରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୭୦ ରନ କରିଛି। ଟେଷ୍ଟ ଓ ଦିନିକିଆ ସିରିଜ ପରେ ଏକମାତ୍ର ଟି-ଟ୍ୱେଣ୍ଟି ଆଜି ଖେଳାଯାଉଛି। ଇଣ୍ଡିଆ ପ୍ରଥମେ ଟସ୍‌ ଜିତି ଫଲ୍ଡିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ଦିଲସାନ୍‌ ମୁନାୱାରା ୨୯ଟି ବଲରୁ ୫୩ ରନ କରିଥିବା ବେଳେ ପ୍ରିୟଂଜନ ୪୦ ରନ୍‌ କରିଛନ୍ତି। ସେପଟେ ବୋଲିଂରେ ଚହଲ୍‌ ୩ଟି ୱିକେଟ୍‌ ଓ କୁଲଦୀପ ଯାଦବ ୨ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ବୁମ୍‌ରା ଗୋଟିଏ ଲେଖାଁଏ ୱିକେଟ୍‌ ହାସଲ କରିଛନ୍ତି। ଆଜିର ମ୍ୟାଚ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍-୧୧ରେ ସ୍ଥାନ ମିଳିନାହିଁ। ବର୍ଷା କାରଣରୁ ଆଜି ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା।

Related story