୫୮ ବର୍ଷ ପୂର୍ବେ ଆଜି ଦିନରେ ୯ କଙ୍ଗାରୁଙ୍କୁ ଶିକାର କରିଥିଲେ ଏହି ଭାରତୀୟ ବୋଲର, ୪୦ ବର୍ଷ ପର୍ଯ୍ୟନ୍ତ ରହିଲା ରେକର୍ଡ଼

ନୂଆଦିଲ୍ଲୀ: ସେଦିନ ରିଚି ବେନୋଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ର  ମନୋବଳ ଖୁବ୍‌ ମଜଭୁତ୍‌ ଥିଲା। ୧୯୫୯ରେ ୫ଟି ଟେଷ୍ଟ ସିରିଜ୍‌ ପାଇଁ ଭାରତ ଗସ୍ତରେ ଥିଲା ଅଷ୍ଟ୍ରେଲିଆ। ସେ ସମୟରେ କଙ୍ଗାରୁ ଦଳର କ୍ୟାପ୍ଟେନ ଥିଲେ ରିଚି। ତା’ ପୂର୍ବରୁ ଆସେସ୍‌ ସିରିଜ୍‌ରେ  ଅଷ୍ଟ୍ରେଲିଆ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୪-୦ ଏବଂ  ପାକିସ୍ତାନ ମାଟିରେ ପାକିସ୍ତାନକୁ ୨-୦ରେ ପରାସ୍ତ କରି ଅନ୍ତର୍ଜାତୀୟସ୍ତରରେ ବେଶ ଚମକ ସୃଷ୍ଟି କରିପାରି ଥିଲା ଅଷ୍ଟ୍ରେଲିଆ ଟିମ୍‌। ଏହା ପରେ ଭାରତ ଗସ୍ତରେ […]

kumb

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 03:02 PM IST

ନୂଆଦିଲ୍ଲୀ: ସେଦିନ ରିଚି ବେନୋଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ର  ମନୋବଳ ଖୁବ୍‌ ମଜଭୁତ୍‌ ଥିଲା। ୧୯୫୯ରେ ୫ଟି ଟେଷ୍ଟ ସିରିଜ୍‌ ପାଇଁ ଭାରତ ଗସ୍ତରେ ଥିଲା ଅଷ୍ଟ୍ରେଲିଆ। ସେ ସମୟରେ କଙ୍ଗାରୁ ଦଳର କ୍ୟାପ୍ଟେନ ଥିଲେ ରିଚି। ତା’ ପୂର୍ବରୁ ଆସେସ୍‌ ସିରିଜ୍‌ରେ  ଅଷ୍ଟ୍ରେଲିଆ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୪-୦ ଏବଂ  ପାକିସ୍ତାନ ମାଟିରେ ପାକିସ୍ତାନକୁ ୨-୦ରେ ପରାସ୍ତ କରି ଅନ୍ତର୍ଜାତୀୟସ୍ତରରେ ବେଶ ଚମକ ସୃଷ୍ଟି କରିପାରି ଥିଲା ଅଷ୍ଟ୍ରେଲିଆ ଟିମ୍‌। ଏହା ପରେ ଭାରତ ଗସ୍ତରେ ଆସି ଥିବା ବେଳେ ଆରମ୍ଭରୁ ବିଜୟ ଧାରା ବଜାୟ ରଖିଥିଲା।  ସେ ସମୟରେ ଦିଲ୍ଲୀ ଟେଷ୍ଟରେ ଭାରତକୁ ହରାଇ ଥିଲା ଅଷ୍ଟ୍ରେଲିଆ। ଏହାର ପରବର୍ତ୍ତୀ ମ୍ୟାଚ୍‌ ୧୯୫୯ ଡିସେମ୍ବର ୨୦ରେ  କାନପୁରରେ ଥିଲା । ଅର୍ଥାତ ଆଜି ଦିନରେ ଥିଲା ମ୍ୟାଚ୍‌। ହେଲେ ସେଦିନ ଭାରତୀୟ ବୋଲର ଜାସୁ ପଟେଲଙ୍କ ଧୂଆଁଧାର ବୋଲିଂରେ କଙ୍ଗାରୁ ଟିମ୍‌ ଧରାଶାୟୀ ହୋଇଥିଲା।

ସେଦିନ ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଗୋଟିଏ ପରେ ଗୋଟିଏ ଏମିତି ୯ଟି ଉଇକେଟ ଶିକାର କରିଥିଲେ ଜାସୁ। ଆଉ ପ୍ରଥମ ପାରିରେ ଅଷ୍ଟ୍ରେଲିଆର ରନ୍ ସ୍କୋର୍୧୫୨ରେ ଅଟକି ଯାଇ ଥିଲା। ଜସୁ ୩୫ ଓଭର ବୋଲିଂ କରି ମାତ୍ର ୬୯ ରନ୍‌ ଦେଇ ୧୬ଟି ମେଡେନ୍‌ ନେବା ସହ ୯ଟି ଉଇକେଟ ହାସଲ କରିଥିଲେ। ଦମଦାର ବୋଲିଂ କରି କ୍ରିକେଟ ଇତିହାସରେ  ଜସୁ ସୃଷ୍ଟି କରିଥିବା ଏହି ବିରଳ ରେକର୍ଡ଼ ପରବର୍ତ୍ତୀ ୪୦ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ଆଉ ତାଙ୍କ ରେକର୍ଡ଼କୁ ଭାରତୀୟ ଟିମ୍‌ର ଗୁଗ୍‌ଲି ସ୍ପିନର ଅନିଲ କୁମ୍ବଲେ ହିଁ ଭାଙ୍ଗିଥିଲେ। ୧୯୯୯ରେ ପାକିସ୍ତାନ ବିପକ୍ଷରେ ୧୦ଟି ଉଇକେଟ ନେଇ କୁମ୍ବଲେ ଜସୁଙ୍କ ରେକର୍ଡ଼ର ଅନ୍ତ କରିଥିଲେ।

ଟେଷ୍ଟରେ ଗୋଟିଏ ପାରିରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ଖେଳାଳି

୧-ଅନିଲ କୁମ୍ବଲେ: ୨୬.୩ ଓଭର , ୯ ମେଡେନ୍‌, ୭୪ ରନ୍‌, ୧୦ ଉଇକେଟ: ୧୯୯୯ ପାକିସ୍ତାନ ବିପକ୍ଷରେ

୨-ଜସୁ ପଟେଲ ୩୫.୫ ଓଭର, ୧୬ ମେଡେନ୍‌, ୬୯ ରନ୍‌, ୯ ଉଇକେଟ: ୧୯୮୩, ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ

୩-କପିଲ ଦେବ, ୩୦.୩ ଓଭର, ୬ ମେଡେନ, ୮୩ ରନ୍‌, ୯ ଉଇକେଟ୍‌ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ

ଅଫସ୍ପିନର ଜାସୁ ପଟେଲ ଅଷ୍ଟ୍ରେଲିଆ ବିରୋଧରେ ଦ୍ୱିତୀୟ ପାରିରେ ୫ଟି ଉଇକେଟ ନେଇଥିଲେ। ଅର୍ଥାତ ଦୁଇଟିଯାକ ପାରିରେ ୧୨୪ ରନ୍‌ ଦେଇ ୧୪ଟି ଉଇକେଟ ନେଇଥିଲେ ଜାସୁ ପଟେଲ।

ଗୋଟିଏ ଟେଷ୍ଟରେ ସର୍ବାଧିକ ଉଇକେଟ୍‌ ହାସଲ କରିଥିବା ଭାରତୀୟ ବୋଲର

୧-୧୯୮୮-ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ –ନରେନ୍ଦ୍ର ହିର୍‌ବାନୀ, ୩୩.୫ ଓଭର, ୬ ମେଡେନ୍‌, ୧୩୬ ରନ୍‌, ୧୬ ଉଇକେଟ୍‌

୨-୨୦୦୧, ଅଷ୍ଟ୍ରେଲିଆ ବିପକ୍ଷରେ, ହରଭଜନ ସିଂହ, ୮୦.୧ ଓଭର, ୨୬ ମେଡେନ୍‌,୨୧୭ ରନ୍‌, ୧୫ ଉଇକେଟ

୩-୧୯୫୯, ଅଷ୍ଟ୍ରେଲିଆ ବିପକ୍ଷରେ, ଜସୁ ପଟେଲ, ୧୨୪ ରନ୍‌, ୧୪ ଉଇକେଟ

Related story