ୱାର୍ଣ୍ଣରଙ୍କୁ ଏମିତି ଚିଡ଼ାଇଲେ ଇଂଲଣ୍ଡ ସମର୍ଥକ, ଦେଖନ୍ତୁ ଭିଡିଓ

ବର୍ମିଂହାମ୍: ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ-ଇଂଲଣ୍ଡ ଆଶେସ୍ ସିରିଜ୍। ଏହି ମ୍ୟାଚ୍ ଜରିଆରେ କ୍ୟାମେରନ୍ ବ୍ୟାନକ୍ରଫ୍ଟ, ଡେଭିଡ୍ ୱାର୍ଣ୍ଣର ଏବଂ ଷ୍ଟିଭ୍ ବଲ ଟ୍ୟାମ୍ପରିଂ ଘଟଣାର ୧୬ମାସ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହି ତିଜିଜଣଙ୍କ ମଧ୍ୟରୁ ଷ୍ଟିଭ୍ ସ୍ମିଥ୍ ନିଜର ପ୍ରତ୍ୟାବର୍ତ୍ତନକୁ ସଫଳ କରିଥିବା ବେଳେ ୱାର୍ଣ୍ଣର୍ ଏବଂ ବ୍ୟାନକ୍ରଫ୍ଟ ନିରାଶ କରିଛନ୍ତି। YEEESSS @StuartBroad8!! GET IN!! Scorecard/Clips: https://t.co/1J6wGj3xwv pic.twitter.com/UaYWyvOZec — England Cricket (@englandcricket) August 1, 2019 […]

eng2

eng2

Ranjit Kumar Jena
  • Published: Thursday, 01 August 2019
  • Updated: 01 August 2019, 07:09 PM IST

Sports

Latest News

ବର୍ମିଂହାମ୍: ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ-ଇଂଲଣ୍ଡ ଆଶେସ୍ ସିରିଜ୍। ଏହି ମ୍ୟାଚ୍ ଜରିଆରେ କ୍ୟାମେରନ୍ ବ୍ୟାନକ୍ରଫ୍ଟ, ଡେଭିଡ୍ ୱାର୍ଣ୍ଣର ଏବଂ ଷ୍ଟିଭ୍ ବଲ ଟ୍ୟାମ୍ପରିଂ ଘଟଣାର ୧୬ମାସ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହି ତିଜିଜଣଙ୍କ ମଧ୍ୟରୁ ଷ୍ଟିଭ୍ ସ୍ମିଥ୍ ନିଜର ପ୍ରତ୍ୟାବର୍ତ୍ତନକୁ ସଫଳ କରିଥିବା ବେଳେ ୱାର୍ଣ୍ଣର୍ ଏବଂ ବ୍ୟାନକ୍ରଫ୍ଟ ନିରାଶ କରିଛନ୍ତି।

ବଲ ଟ୍ୟାମ୍ପରିଂ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ବ୍ୟାନ୍ ହୋଇଥିବା ତିନି ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଇଂଲଣ୍ଡର ସମର୍ଥକଙ୍କ ଦ୍ୱାରା ହୁଟିଂର ଶିକାର ହେବାକୁ ପଡ଼ିଛି। ବିଶେଷକରି ୱାର୍ଣ୍ଣର୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରୁଥିବା ସମୟରେ ଗ୍ୟାଲେରୀ ବସିଥିବା ଇଂଲଣ୍ଡ ଦର୍ଶକ ହାତରେ ସ୍ୟାଣ୍ଡ୍ ପେପର୍ ଦେଖାଇ ଜୋରରେ ହୁଟିଂ କରିଥିଲେ। ଏହି ସ୍ୟାଣ୍ଡ୍ ପେପର୍ ଦ୍ୱାରା ଅଷ୍ଟ୍ରେଲିଆ କ୍ରିକେଟର ବଲ୍ ଟ୍ୟାମ୍ପରିଂ କରିଥିଲେ। ପ୍ରଥମ ଇନିଂସରେ ୱାର୍ଣ୍ଣର୍ ମାତ୍ର ୨ ରନ୍ କରି ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।

ଏହା ବ୍ୟତୀତ ଇଂଲିଶ ପ୍ରଶଂସକ ଭିନ୍ନ୍ୟ ଢ଼ଙ୍ଗରେ ଅଷ୍ଟ୍ରେଲିଆକୁ ଚିଡ଼ାଇଥିଲେ। ଗ୍ୟାଲେରୀରେ ଉପସ୍ଥିତ ଦର୍ଶକ ହାତରେ ଏକ ପୋଷ୍ଟର ଧରିଥିଲେ, ଯେଉଁଥିରେ ଲେଖାଥିଲା ଇଂଲଣ୍ଡ ଚାମ୍ପସ୍, ଅଷ୍ଟ୍ରେଲିଆ ଚିଟ୍ସ। ଅର୍ଥାତ୍ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ଏବଂ ଅଷ୍ଟ୍ରେଲିଆ ଚିଟର୍। ଇଂଲଣ୍ଡ ଦର୍ଶକଙ୍କ ଦ୍ୱାରା ଏଭଳି ହୁଟିଂ କରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos