କାଲିଠୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: କଙ୍ଗାରୁ ଦଳକୁ ମାତ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ। କାଲି ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଅପରାହ୍ନ ୧.୩୦ ସମୟରେ ଏହି ମ୍ୟାଚ ଆରମ୍ଭ ହେବ। ଶ୍ରୀଲଙ୍କାକୁ ତା ମାଟିରେ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ହ୍ୱାଇଟ୍ ୱାଶ କରିବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି। ଏବେ ବିରାଟ ବାହିନୀଙ୍କ ଟାର୍ଗେଟରେ ସ୍ମିଥ୍ ସେନା। ଅଷ୍ଟ୍ରେଲିଆକୁ ଧୂଳି ଚଟାଇବାକୁ ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ପଡିଆକୁ […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 05:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ। କାଲି ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଅପରାହ୍ନ ୧.୩୦ ସମୟରେ ଏହି ମ୍ୟାଚ ଆରମ୍ଭ ହେବ। ଶ୍ରୀଲଙ୍କାକୁ ତା ମାଟିରେ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ହ୍ୱାଇଟ୍ ୱାଶ କରିବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି। ଏବେ ବିରାଟ ବାହିନୀଙ୍କ ଟାର୍ଗେଟରେ ସ୍ମିଥ୍ ସେନା। ଅଷ୍ଟ୍ରେଲିଆକୁ ଧୂଳି ଚଟାଇବାକୁ ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ପଡିଆକୁ ଓହ୍ଲାଇବ। ସବୁ ବିଭାଗରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଏବେ ଆଗରେ ରହିଛି। ସେପଟେ ଅଷ୍ଟ୍ରେଲିଆର ୪ଜଣ ଖେଳାଳି ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ୱାର୍ଣ୍ଣର, ଗ୍ଲେନ ମ୍ୟାକ୍ସେୱଲ ଓ ଜେମ୍ସ ଫକ୍ନରଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଛି ଭାରତ।

Related story