ନୂଆଦିଲ୍ଲୀ: ମାରାତ୍ମକ ବାୟୁ ପ୍ରଦୂଷଣ ସତ୍ତ୍ୱେ ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ମହମଦୁଲ୍ଲା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ।
ଏହି ମ୍ୟାଚ୍ ଜରିଆରେ ବାଂଲାଦେଶର ମହମ୍ମଦ ନଇମ ଅନ୍ତର୍ଜାତୀୟ ପଦାର୍ଣ କରିବେ। ଭାରତୀୟ ଦଳରେ ତିନିଜଣ ସ୍ପିନର, ଦୁଇଜଣ ମିଡିୟମ ପେସ୍ ଏବଂ ଜଣେ ଅଲରାଉଣ୍ଡରଙ୍କୁ ସାମିଲ୍ କରାଯାଇଛି। ମୁମ୍ବାଇର ଶିବମ ଦୁବେ ଏହି ମ୍ୟାଚ୍ ଖେଳି ଟି-୨୦ ଡେବ୍ୟୁ କରିବେ।
ଭାରତ: ରୋହିତ୍ ଶର୍ମା (କ୍ୟାପଟେନ୍), ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ଋଷଭ ପନ୍ତ, କୃନାଲ୍ ପାଣ୍ଡ୍ୟା, ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍, ଦୀପକ ଚହଲ୍, ଖଲୀଲ ଅହମ୍ମଦ।
ବାଂଲାଦେଶ: ଲିଟନ୍ ଦାସ, ସୌମ୍ୟ ସରକାର, ମହମ୍ମଦ ନଇମ, ମୁଶଫିକର୍ ରହିମ୍, ଆଫିଫ୍ ହୁସେନ, ମହମ୍ମଦୁଲ୍ଲା, ମୋସାଡେକ୍ ହୁସେନ୍, ଆମିନୁଲ୍ ଇସଲାମ, ଶାଫିଉଲ୍ ଇସଲାମ୍, ମୁସ୍ତାଫିଜୁର୍ ରେହମାନ୍, ଅଲ୍-ଆମିନ୍ ହୁସେନ୍।