ପ୍ରଥମ ଟି-୨୦: ଟସ୍ ପରେ ବର୍ଷା ସାଜିଲା ବାଧକ

ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ବର୍ଷା ବାଧକ ସାଜିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଟସ୍ ପଡ଼ିବାର ୨୦ ମିନିଟ୍ ପରେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁକାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନାହିଁ। ଯଦି ବର୍ଷା ନିର୍ଦ୍ଧାରିତ ସମୟ ଭିତରେ ନଛାଡ଼େ, ତାହେଲେ ମ୍ୟାଚ୍ ବାତିଲ୍ ହେବ। ବର୍ଷା ଯୋଗୁ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ନିରାଶ ହୋଇଛନ୍ତି। […]

1st-t20

Ranjit Kumar Jena
  • Published: Sunday, 05 January 2020
  • , Updated: 05 January 2020, 07:31 PM IST

ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ବର୍ଷା ବାଧକ ସାଜିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଟସ୍ ପଡ଼ିବାର ୨୦ ମିନିଟ୍ ପରେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁକାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନାହିଁ।

ଯଦି ବର୍ଷା ନିର୍ଦ୍ଧାରିତ ସମୟ ଭିତରେ ନଛାଡ଼େ, ତାହେଲେ ମ୍ୟାଚ୍ ବାତିଲ୍ ହେବ। ବର୍ଷା ଯୋଗୁ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ନିରାଶ ହୋଇଛନ୍ତି। ଶେଷ ରିପୋର୍ଟ ମିଳିବା ସୁଦ୍ଧା, ଗ୍ରାଉଣ୍ଡରେ କଭର୍ ପଡ଼ିଛି। ବର୍ଷା ଛାଡ଼ିବା ପରେ ଗ୍ରାଉଣ୍ଡ ଷ୍ଟାଫ୍ ସୁପର୍ ସପର୍ ଦ୍ୱାରା ଆଉଟ୍ ଫିଲ୍ଡକୁ ଶୁଖାଇବେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚ୍ ଜରିଆରେ ଶିଖର ଧୱନ୍ ଯଶପ୍ରୀତ ବୁମ୍ରା ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Related story