ବ୍ରିସବେନ୍ ଟେଷ୍ଟ: ପାକିସ୍ତାନକୁ ୨୪୦ ରନରେ ରୋକିଲା ଅଷ୍ଟ୍ରେଲିଆ

ବ୍ରିସବେନ୍‌: ମିଚେଲ୍ ଷ୍ଟାର୍କଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୨୪୦ ରନରେ ଅଲଆଉଟ୍ କରିଛି। ପାକିସ୍ତାନ ପ୍ରଥମ ସେସନରେ ବିନା ୱିକେଟ୍ ହରାଇ ୫୭ ରନ୍ କରିଥିଲା। ଏହା ପରେ ବାକି ସେସନରେ ଷ୍ଟାର୍କ, ଜୋଶ୍ ହେଜଲଉଡ୍ ଓ ପ୍ୟାଟ୍ କମିନ୍ସ ପାକିସ୍ତାନ ବ୍ୟାଟିଂଲାଇନକୁ ଭାଙ୍ଗି ଦେଇଥିଲେ। ଷ୍ଟାର୍କ ୫୨ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ କମିନ୍ସ ୩ଟି ଓ ହେଜଲଉଡ୍ ୨ଟି ୱିକେଟ୍ […]

starc

Ranjit Kumar Jena
  • Published: Thursday, 21 November 2019
  • , Updated: 21 November 2019, 06:34 PM IST

ବ୍ରିସବେନ୍‌: ମିଚେଲ୍ ଷ୍ଟାର୍କଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୨୪୦ ରନରେ ଅଲଆଉଟ୍ କରିଛି। ପାକିସ୍ତାନ ପ୍ରଥମ ସେସନରେ ବିନା ୱିକେଟ୍ ହରାଇ ୫୭ ରନ୍ କରିଥିଲା। ଏହା ପରେ ବାକି ସେସନରେ ଷ୍ଟାର୍କ, ଜୋଶ୍ ହେଜଲଉଡ୍ ଓ ପ୍ୟାଟ୍ କମିନ୍ସ ପାକିସ୍ତାନ ବ୍ୟାଟିଂଲାଇନକୁ ଭାଙ୍ଗି ଦେଇଥିଲେ।

ଷ୍ଟାର୍କ ୫୨ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ କମିନ୍ସ ୩ଟି ଓ ହେଜଲଉଡ୍ ୨ଟି ୱିକେଟ୍ ପାଇଥିଲେ। ଏକ ସମୟରେ ପାକିସ୍ତାନର ସ୍କୋର ବିନା ୱିକେଟରେ ୭୫ ରନରେ ଥିଲା, ଯାହା ପରେ ୪ ୱିକେଟରେ ୭୮ ରନ୍ ଏବଂ ୫ ୱିକେଟରେ ୯୪ ରନରେ ପହଞ୍ଚିଥିଲା।

ପାକିସ୍ତାନ ପକ୍ଷରୁ ଅସଦ୍ ସଫିକ୍ ସର୍ବାଧିକ ୭୬ (୧୩୪ ବଲ୍‌, ୭ ଚୌକା) ରନ୍ କରିଥିଲେ। ସେ ମହମ୍ମଦ ରିଜୱାନଙ୍କ ସହ ୪୯ ରନର ଭାଗୀଦାରୀ କରିଥିଲେ, ଯିଏ ୩୭ ରନର ଇନିଂସ୍ ଖେଳିଥିଲେ। ଏହାବ୍ୟତୀତ ସେ ୟାସିର୍ ଶାହ (୨୬)ଙ୍କ ସହ ୮୪ ରନ୍ ଯୋଡ଼ି ପାକିସ୍ତାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଓପ୍ନର ଶାନ୍ ମସୁଦ୍ ୨୭, କ୍ୟାପଟେନ୍ ଆଝାର ଅଲୀ ୩୯, ହାରିସ୍ ସୋହେଲ୍ ୧, ବାବର ଆଜମ୍ ୧, ଇଫତିକାର ଅହମ୍ମଦ ୭, ଡେବ୍ୟୁଟାଣ୍ଟ ନସୀମ୍ ଶାହ ୭ ଏବଂ ଇମ୍ରାନ୍ ଖାନ୍ ଅପରାଜିତ ୫ ରନ୍ କରିଥିଲେ।

Related story