ରାୱଲପିଣ୍ଡି ଟେଷ୍ଟ: ଖରାପ ପାଗ ଯୋଗୁ ଦ୍ୱିତୀୟ ଦିନର ଖେଳ ବାଧାପ୍ରାପ୍ତ

ରାୱଲପିଣ୍ଡି: ପ୍ରବଳ ବର୍ଷା ଏବଂ ଖରାପ ଆଲୋକ କାରଣରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ମାତ୍ର ୧୮ ଓଭର ଖେଳ ସମ୍ଭବ ହୋଇଛି। ୨୦୦୯ରେ ଶ୍ରୀଲଙ୍କା ଟିମ୍ ଉପରକୁ ଆତଙ୍କୀ ଆକ୍ରମଣ ପରେ ପ୍ରଥମଥର ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଶ୍ରୀଲଙ୍କା ସକାଳେ ତା’ର ପୂର୍ବଦିନର ସ୍କୋର ୨୦୨/୫ରୁ ଖେଳ ଆରମ୍ଭ ହୋଇଥଲା। ଏହା ପରେ ୭.୫ ଓଭରରେ ଶ୍ରୀଲଙ୍କାର ସ୍କୋର ୫ ୱିକେଟରେ ୨୨୨ ରନ୍ ହୋଇଥିବା […]

pak-vs-sl

Ranjit Kumar Jena
  • Published: Thursday, 12 December 2019
  • , Updated: 12 December 2019, 08:52 PM IST

ରାୱଲପିଣ୍ଡି: ପ୍ରବଳ ବର୍ଷା ଏବଂ ଖରାପ ଆଲୋକ କାରଣରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ମାତ୍ର ୧୮ ଓଭର ଖେଳ ସମ୍ଭବ ହୋଇଛି। ୨୦୦୯ରେ ଶ୍ରୀଲଙ୍କା ଟିମ୍ ଉପରକୁ ଆତଙ୍କୀ ଆକ୍ରମଣ ପରେ ପ୍ରଥମଥର ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି।

ଶ୍ରୀଲଙ୍କା ସକାଳେ ତା'ର ପୂର୍ବଦିନର ସ୍କୋର ୨୦୨/୫ରୁ ଖେଳ ଆରମ୍ଭ ହୋଇଥଲା। ଏହା ପରେ ୭.୫ ଓଭରରେ ଶ୍ରୀଲଙ୍କାର ସ୍କୋର ୫ ୱିକେଟରେ ୨୨୨ ରନ୍ ହୋଇଥିବା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ଶୀଘ୍ର ମଧ୍ୟାହ୍ନ ଭୋଜନ ବ୍ରେକ୍ ନିଆଯାଇଥିଲା। ଖେଳ ପ୍ରାୟ ଦୁଇ ଘଣ୍ଟା ୪୩ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଏବଂ ଏହା ପରେ ପୁର୍ନବାର ଯେତେବେଳେ ଖେଳ ଆରମ୍ଭ ହେଲା, ମାତ୍ର ୧୦ ଓଭର ସମ୍ଭବ ହୋଇଥିଲା।

ଶ୍ରୀଲଙ୍କାର ସ୍କୋର ୬ ୱିକେଟରେ ୨୬୩ ରନ୍ ଥିବା ବେଳେ ଖରାପ ଆଲୋକ ଯୋଗୁ ଦିବସର ଖେଳକୁ ବନ୍ଦ କରିଦିଆଯାଇଥିଲା। ଦ୍ୱିତୀୟ ଦିନରେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ନିରୋଶାନ୍ ଡିକୱେଲା (୩୩) ଆଉଟ୍ ହୋଇଥିବା ବେଳେ ଧନଞ୍ଜୟ ଡି'ସିଲଭା ୭୨ ଓ ଦିଲରୁୱନ୍ ପରେରା ୨ ରନ୍ କରି ଅପରାଜିତ ରହିଛନ୍ତି।

Related story