୨-୦ରେ ଜିମ୍ବାୱେ ବିପକ୍ଷ ସିରିଜ ହାତେଇଲା ଭାରତ

ହାରାରେ: ହାରେରେ ଠାରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ତିନି ଟିକିଆ ସିରିଜର ଦ୍ୱିତୀୟ ଦିନିକିଆରେ ଭାରତ ୬୨ ରନରେ ବିଜୟ ହାସଲ କରିଛି। ଆଜିଙ୍କ୍ୟ ରାହାଣେଙ୍କ ୮୩ (୬୩),ମୂରଲୀ ବିଜୟଙ୍କ ୭୨(୯୫),ଅମ୍ବାତୀ ରୟୁଡିଙ୍କ ୪୧(୫୦) ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ (୪୩ ରନ ବିନିମୟରେ ୪ ୱିକେଟ) ବଳରେ ଭାରତ ଜିମ୍ବାୱେ ବିପକ୍ଷରେ ବିଜୟ ହାସଲ କରିବା ସହ ୨-୦ରେ ସିରିଜ ହାତେଇଛି।ଜିମ୍ବାୱେ ପ୍ରଥମେ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୫୦ ଓଭରରେ ଜିମ୍ବାୱେକୁ ୨୭୧ ଟାଗେର୍ଟ ଦେଇଥିଲେ। ଏତେ ବଡ ଲକ୍ଷ୍ୟକୁ ପିଛା କରି ୪୯ ଓଭରରେ ସମସ୍ତ ୱିକେଟ ହରାଇ ଜିମ୍ବାୱେ ମାତ୍ର ୨୦୯ରେ ଅଲଆଉଟ ହୋଇ ଯାଇଥିଲା। ଦଳପକ୍ଷରୁ ସିଜେ ଚିମ୍ଭାମ୍ଭା ୭୨(୧୦୦),ଆର ମୁଥୁମବାମୀ ୩୨(୫୭),ଏଜି କ୍ରିମେର ୨୭(୬୫) ଓ ଏନ୍ ମାଡଜିଭା(୪୯ ବିନିମୟରେ ୪ଟି ୱିକେଟ)ବଳରେ ମାତ୍ର ୨୦୯ ସଂଗ୍ରହ କରିବାରେ ସଫଳ ହୋଇ ପାରିଥିଲା। ଏହି ମ୍ୟାଚରେ ଭାରତକୁ ବିଜୟୀ କରିବାରେ ସାହାଯ୍ୟ କରିଥିବା ମୂରଲୀ ବିଜୟକୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା।
ଆସନ୍ତା ୧୪ ତାରିଖରେ ହାରାରେ ଠାରେ ଶେଷ ଦିନିକିଆ ଖେଳାଯିବ।