୨୦୧୬ ଟି୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତୀୟ ଦଳର ନିର୍ଦ୍ଦେଶକ ରହିବେ ରବି ଶାସ୍ତ୍ରୀ

ମୁମ୍ବାଇ: ରବି ଶାସ୍ତ୍ରୀ ୨୦୧୬ ଟି୨୦ ୱାର୍ଲ୍ଡକପ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଡାଇରେକ୍ଟର ରହିବେ । ଏ ନେଇ ବିସିସିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଶାସ୍ତ୍ରୀଙ୍କୁ ୨୦୧୪ ଅଗଷ୍ଟରେ ଟିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା । ତାଙ୍କ କାର୍ଯ୍ୟକାଳକୁ ୭ମାସ ବଢାଇ ୨୦୧୬ ଟି୨୦ ୱାଲ୍ଡକପ ସରିବା ପର୍ଯ୍ୟନ୍ତକୁ ବଢାଇ ଦିଆଯାଇଛି । ୬ଷ୍ଠ ଟି୨୦ ୱାଲ୍ଡକପ ଭାରତରେ ମାର୍ଚ୍ଚ ୧୧ରୁ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜନ ହେବ। ଗତବର୍ଷ ଇଂଲଣ୍ଡ ବିରୋଧୀ […]

Ravi-Shastri

Rakesh Mallick
  • Published: Sunday, 13 September 2015
  • , Updated: 14 September 2015, 02:59 AM IST

ମୁମ୍ବାଇ: ରବି ଶାସ୍ତ୍ରୀ ୨୦୧୬ ଟି୨୦ ୱାର୍ଲ୍ଡକପ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଡାଇରେକ୍ଟର ରହିବେ । ଏ ନେଇ ବିସିସିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଶାସ୍ତ୍ରୀଙ୍କୁ ୨୦୧୪ ଅଗଷ୍ଟରେ ଟିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା । ତାଙ୍କ କାର୍ଯ୍ୟକାଳକୁ ୭ମାସ ବଢାଇ ୨୦୧୬ ଟି୨୦ ୱାଲ୍ଡକପ ସରିବା ପର୍ଯ୍ୟନ୍ତକୁ ବଢାଇ ଦିଆଯାଇଛି । ୬ଷ୍ଠ ଟି୨୦ ୱାଲ୍ଡକପ ଭାରତରେ ମାର୍ଚ୍ଚ ୧୧ରୁ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜନ ହେବ।

ଗତବର୍ଷ ଇଂଲଣ୍ଡ ବିରୋଧୀ ଟେଷ୍ଟରେ ଭାରତୀୟ ଦଳର ପରାଜୟ ପରେ ଶାସ୍ତ୍ରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଦଳ ଇଂଲଣ୍ଡରେ ଦିନିକିଆ ସିରିଜ ଜିତିଥିଲା । ଶାସ୍ତ୍ରୀ ଦଳର ନିର୍ଦ୍ଦେଶକ ଥିବା ବେଳେ ଦଳ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡରେ ହୋଇଥିବା ଦିନିକିଆ ବିଶ୍ୱକପରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲା । ଏହାବାଦ ବିରାଟ କୋହିଲଙ୍କ ଅଧୀନାୟକତ୍ୱରେ ଦଳ ଶ୍ରୀଲଙ୍କାରେ ୨୨ ବର୍ଷ ପରେ ଟେଷ୍ଟ ସିରିଜି ଜିତି ଇତିହାସ ରଚିଥିଲା । ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ଗଠିତ ପରାମର୍ଶଦାତା କମିଟି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବଢାଇବାକୁ ପରାମର୍ଶ ଦେଇଥିଲେ । ପରାମର୍ଶଦାତା ସମିତି ସହକାରୀ କୋଚଙ୍କ କାର୍ଯ୍ୟକାଳ ମଧ୍ୟ ଟି୨୦ ୱାଲ୍ଡକପ ପର୍ଯ୍ୟନ୍ତ ବଢାଇବାକୁ ପରାମର୍ଶ ଦେଇଛି । ସଞ୍ଜୟ ବାଙ୍ଗର ବ୍ୟାଟିଂର ସହାକାରୀ କୋଚ ରହିବେ । ସେହିପରି ଭରତ ଅରୁଣ ବୋଲିଂ ଏବଂ ଆର. ଶ୍ରୀଧର ଫିଲ୍ଡିଂ ସହକାରୀ କୋଚ ରହିବେ ।

ବିସିସିଆଇ ଅଧ୍ୟକ୍ଷ ଜଗମୋହନ ଡାଲମିୟା ଏବଂ ସଚିବ ଅନୁରାଗ ଠାକ୍କୁର ସହକାରୀ ଷ୍ଟାଫଙ୍କ କାମକୁ ପ୍ରଶଂସା କରିବା ସହ ପରାମର୍ଶଦାତା ସମିତିର ନିଷ୍ପତ୍ତି ଉପରେ ମୋହର ଲଗାଇ ଥିଲେ । କୋଚିଂ ଲାଗି ଉପଯୁକ୍ତ ବ୍ୟକ୍ତି ନ ମିଳିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ନୂଆ କୋଚଙ୍କ ନାମ ଘୋଷଣା କରାଯିବ ବୋଲି ଠାକ୍କୁର ଶ୍ରୀଲଙ୍କାରେ ପ୍ରକାଶ କରିଥିଲେ ।

Related story