୨୦୧୬ରେ ବାଂଲାଦେଶରେ ଓ ୨୦୧୮ରେ ଭାରତରେ ହେବ ଏସିଆ କପ୍

ନୂଆଦିଲ୍ଲୀ: ୨୦୧୬ ଫେବ୍ରୁଆର ମାସରେ ବାଂଲାଦେଶରେ ଅନୁଷ୍ଠିତ ହେବ ଏସିଆ କପ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ୍। ସେହିପରି ୨୦୧୮ ଏସିଆ କପ୍ ଭାରତରେ ହେବ। ତେବେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରେ ୫୦ ଓଭର ଲେଖାଏଁ ଖେଳ ହେବ। ଗୁରୁବାର ଏହି ସୂଚନା ଦେଇଛନ୍ତି ବିସିସିଆଇ ସଂପାଦକ ଅନୁରାଗ ଠାକୁର। ସିଙ୍ଗାପୁରରେ ଅନୁଷ୍ଠିତ ଏସିଆନ୍ କ୍ରିକେଟ କାଉନସିଲ ବୈଠକରେ ଯୋଗ ଦେଇ ଫେରିବା ପରେ ସେ କହିଛନ୍ତି ଯେ ୨୦୧୮ ଏସିଆ କପ୍( ୫୦ ଓଭର […]

ANURAGTHAKUR

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 03:28 PM IST

ନୂଆଦିଲ୍ଲୀ: ୨୦୧୬ ଫେବ୍ରୁଆର ମାସରେ ବାଂଲାଦେଶରେ ଅନୁଷ୍ଠିତ ହେବ ଏସିଆ କପ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ୍। ସେହିପରି ୨୦୧୮ ଏସିଆ କପ୍ ଭାରତରେ ହେବ। ତେବେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରେ ୫୦ ଓଭର ଲେଖାଏଁ ଖେଳ ହେବ। ଗୁରୁବାର ଏହି ସୂଚନା ଦେଇଛନ୍ତି ବିସିସିଆଇ ସଂପାଦକ ଅନୁରାଗ ଠାକୁର।

ସିଙ୍ଗାପୁରରେ ଅନୁଷ୍ଠିତ ଏସିଆନ୍ କ୍ରିକେଟ କାଉନସିଲ ବୈଠକରେ ଯୋଗ ଦେଇ ଫେରିବା ପରେ ସେ କହିଛନ୍ତି ଯେ ୨୦୧୮ ଏସିଆ କପ୍( ୫୦ ଓଭର ବିଶିଷ୍ଟ ) ଭାରତରେ ହେବା। ଏନେଇ ସେ ବୈଠକରେ ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବକୁ ଅନ୍ୟ ସଦସ୍ୟମାନେ ସମ୍ମତି ଦେଇଥିଲେ। ୨୦୧୯ ବିଶ୍ୱକପକୁ ଦୃଷ୍ଟିରେ ରଖି ୨୦୧୮ ଏସିଆ କପ୍ ସଂସ୍କରଣକୁ ୫୦ ଓଭର ବିଶିଷ୍ଟ କରାଯାଇଛି।

ବୈଠକରେ ଏସିଆର ଟେଷ୍ଟ୍ ଖେଳୁଥିବା ଦେଶ- ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଦେଶଗୁଡ଼ିକର କ୍ରିକେଟ୍ ବୋର୍ଡଗୁଡ଼ିକ ସେମାନଙ୍କ ବାର୍ଷିକ ଆୟର ୨ ପ୍ରତିଶତ ଏସିସିକୁ ଦେବେ ବୋଲି ବୈଠକରେ ସ୍ଥିର ହୋଇଛି।

Related story