୨୦୨୩ ବିଶ୍ୱକପକୁ ନେଇ ଏମିତି କହିଲେ କୋହଲି

ପ୍ରୋଭିଡେନ୍ସ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କରିବା ପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସାଥୀ ଖେଳାଳିଙ୍କ ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ୱକପ୍ ସେମିଫାଇନାଲରେ ହାରିବା ପରେ ବିରାଟ୍ କୋହଲି ଓ ତାଙ୍କ ଟିମକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ବିଶ୍ୱକପ୍ ପାଇଁ ଭାରତକୁ ଆହୁରି ଚାରିବର୍ଷ ଅପେକ୍ଷା କରିବାକୁ ପଡ଼ିବ। ତେବେ ପରବର୍ତ୍ତୀ ବିଶ୍ୱକପ୍ କଥା ବିରାଟ୍ ଏବେ ଚିନ୍ତା କରୁନଥିବା କହିଛନ୍ତି। ୨୦୨୩ରେ ୫୦ ଓଭର […]

VIRAT

Ranjit Kumar Jena
  • Published: Wednesday, 07 August 2019
  • , Updated: 07 August 2019, 08:27 PM IST

ପ୍ରୋଭିଡେନ୍ସ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କରିବା ପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସାଥୀ ଖେଳାଳିଙ୍କ ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ୱକପ୍ ସେମିଫାଇନାଲରେ ହାରିବା ପରେ ବିରାଟ୍ କୋହଲି ଓ ତାଙ୍କ ଟିମକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ବିଶ୍ୱକପ୍ ପାଇଁ ଭାରତକୁ ଆହୁରି ଚାରିବର୍ଷ ଅପେକ୍ଷା କରିବାକୁ ପଡ଼ିବ। ତେବେ ପରବର୍ତ୍ତୀ ବିଶ୍ୱକପ୍ କଥା ବିରାଟ୍ ଏବେ ଚିନ୍ତା କରୁନଥିବା କହିଛନ୍ତି। ୨୦୨୩ରେ ୫୦ ଓଭର ବିଶ୍ୱକପ୍ ଭାରତରେ ଆୟୋଜିତ ହେବ।

ଏ ନେଇ ବିରାଟ୍ କହିଛନ୍ତି, "୨୦୨୩ ବିଶ୍ୱକପ୍ କଥା ଏବେ ଚିନ୍ତା କରୁନାହିଁ। ଏହି ବିଶ୍ୱକପ୍ ଏବେ ବହୁ ଦୂର ଅଛି। ବିଶ୍ୱ କ୍ରିକେଟରେ ଲଗାତାର ଭଲ ପ୍ରଦର୍ଶନ କରିବା ଆମର ମୁଖ୍ୟ ପ୍ରାଥମିକତା। ଗତ ତିନି-ଚାରି ବର୍ଷ ହେବ ଆମେ ଏହା କରିବାରେ ସଫଳ ହୋଇଛୁ। ଆମେ ଆଇସିସି ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଅଛୁ। ଏହା ମଧ୍ୟରେ ଆମେ ଶୀର୍ଷ ସ୍ଥାନ ମଧ୍ୟ ଦଖଲ କରିଛୁ।

ମୋ ମତରେ ବିଶ୍ୱକପ୍ ପାଇଁ ଯୋଜନା ୧୨ ମାସ ପୂର୍ବରୁ ହେବା ଦରକାର। ଭାରତୀୟ କ୍ରିକେଟକୁ ଶୀର୍ଷରେ ରଖିବା, ଲଗାତାର କ୍ରିକେଟ୍ ଖେଳିବା ଏବଂ ମ୍ୟାଚ୍ ଜିତିବା ଆମର ମୂଳ ଲକ୍ଷ୍ୟ। ଏଥିପାଇଁ ଆମେ ବିଶ୍ୱର ଶୀର୍ଷ ମଧ୍ୟରେ ସ୍ଥାନ ପାଇଛୁ। ତେଣୁ ବିଶ୍ୱକପ୍ ପାଇଁ ଏବେଠାରୁ ଚିନ୍ତା ନକରି ଆମେ ବର୍ତ୍ତମାନ ପ୍ରଦର୍ଶନ ଉପରେ ଫୋକସ୍ କରୁଛୁ ବୋଲି ବିରାଟ୍ କହିଛନ୍ତି।"

ଶେଷ ଟି-୨୦ ମ୍ୟାଚରେ ଭାରତର ପ୍ରଦର୍ଶନକୁ ନେଇ ବିରାଟ୍ କହିଛନ୍ତି, "ପୂରା ସିରିଜରେ ଟିମର ସବୁ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଛି। ଶେଷ ମ୍ୟାଚରେ ପନ୍ତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ପ୍ରଥମ ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନକୁ ନେଇ ପନ୍ତ ନିରାଶ ହୋଇଥିଲେ। କିନ୍ତୁ ତୃତୀୟ ମ୍ୟାଚରେ ସେ ଜଣେ ପରିପକ୍ୱ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିଲେ। ଏହି ମ୍ୟାଚରେ ସେ ନିଜର ଦକ୍ଷତାକୁ ସଠିକ୍ ଉପଯୋଗ କରିଥିଲେ। ଯେତେବେଳେ ବଡ଼ ଶଟର ଆବଶ୍ୟକତା ଥିଲା, ସେ ଖେଳିଥିଲେ। ବ୍ୟାଟିଂ କୋଚ୍ ତାଙ୍କୁ କହିଥିଲେ ଯେ ତୁମେ ଆଜି ମ୍ୟାଚ୍ ଜିତାଇକି ଦେଖାଅ ଏବଂ ପନ୍ତ ତାହା ପ୍ରମାଣିତ କଲେ।"

ଏହାଛଡ଼ା କୋହଲି ଏହି ମ୍ୟାଚରେ ଚହର୍ ଭ୍ରାତାଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି। କୋହଲି କହିଛନ୍ତି, "ରାହୁଲ୍ ଚହରଙ୍କ ଏହା ପ୍ରଥମ ମ୍ୟାଚ୍ ଥିଲା। ନିଜର ପ୍ରଥମ ମ୍ୟାଚରେ ରାହୁଲ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେହିପରି ଦୀପକ ମଧ୍ୟ ନୂଆ ବଲରେ ଯେଉଁଭଳି ପ୍ରଦର୍ଶନ କଲେ, ତାହା ପ୍ରଶଂସାଯୋଗ୍ୟ। ପିଚରେ ସେଭଳି କିଛି ଖାସ୍ ନଥିଲା। ବର୍ଷା ଯୋଗୁ ପିଚକୁ ଘୋଡାଇ ରଖାଯାଇଥିଲା, ଯାହାର ଫାଇଦା ଦୀପକଙ୍କୁ ମିଳିଥିଲା। ତେଣୁ ମୋଟା ମୋଟି ଭାବେ ଦେଖିବାକୁ ଗଲେ, ଟିମର ପ୍ରଦର୍ଶନ ଭଲ ରହିଛି।"

Related story