୨୧ରୁ ବଲାଙ୍ଗିରରେ ହେବ ରାଜ୍ୟ ପୋଲିସ୍ ଫୁଟବଲ ଚାମ୍ପିଅନସିପ୍

ବଲାଙ୍ଗିର: ଅଗଷ୍ଟ ୨୧ ତାରିଖରୁ ବଲାଙ୍ଗିରରେ ଆରମ୍ଭ ହେବ ୭୪ ତମ ରାଜ୍ୟ ପୋଲିସ୍ ଫୁଟବଲ ଚାମ୍ପିଅନସିପ୍ । ଏହା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ପୋଲିସ୍ କନଫରେନ୍ସ ହଲରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଆୟୋଜକ କମିଟି ସମ୍ପାଦକ ତଥା ବଲାଙ୍ଗିର ଏସପି ଦୀପକ କୁମାର ସୂଚନା ଦେଇଛନ୍ତି । ପ୍ରଥମ ଥର ବଲାଙ୍ଗିରରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୪୪ଟି ଟିମ୍ ଭାଗ ନେଉଛନ୍ତି । ସହରର ଗାନ୍ଧି ଷ୍ଟାଡିୟମ୍, […]

bo

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 10:51 AM IST

ବଲାଙ୍ଗିର: ଅଗଷ୍ଟ ୨୧ ତାରିଖରୁ ବଲାଙ୍ଗିରରେ ଆରମ୍ଭ ହେବ ୭୪ ତମ ରାଜ୍ୟ ପୋଲିସ୍ ଫୁଟବଲ ଚାମ୍ପିଅନସିପ୍ । ଏହା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ପୋଲିସ୍ କନଫରେନ୍ସ ହଲରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଆୟୋଜକ କମିଟି ସମ୍ପାଦକ ତଥା ବଲାଙ୍ଗିର ଏସପି ଦୀପକ କୁମାର ସୂଚନା ଦେଇଛନ୍ତି ।

ପ୍ରଥମ ଥର ବଲାଙ୍ଗିରରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୪୪ଟି ଟିମ୍ ଭାଗ ନେଉଛନ୍ତି । ସହରର ଗାନ୍ଧି ଷ୍ଟାଡିୟମ୍, ମନୋହରପୁର ରିଜର୍ଭ ପୋଲିସ୍ ପଡିଆ ଓ ସାଇଟ୍ ପଲ୍ଲୀଶ୍ରୀ ଷ୍ଟାଡିୟମଠାରେ ମ୍ୟାଚଗୁଡିକ ଅନୁଷ୍ଠିତ ହେବ । ପୋଲିସ ଡିଆଇଜି ପ୍ରତୀକ ମହାନ୍ତୀ ଉଦଘାଟନୀ ମ୍ୟାଚ ଏବଂ ଆଡିଶନାଲ ଡିଜିପି ଅରୁଣ କୁମାର ରାୟ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାମ୍ୱାଦିକ ସମ୍ମିଳନୀରେ ଏସପି ଦୀପକ କୁମାରଙ୍କ ସହିତ ଓଡିଶା ଫୁଟବଲ ଏସୋସିଏଶନ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର ଏବଂ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ହରିନାରାୟଣ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related story