IPL-11: କର ବା ମର ସ୍ଥିତିରେ ମୁମ୍ବାଇ

ସୁପର୍‌ ଶନିବାରରେ ସୁପର ସୋ। ଚେନ୍ନାଇର ହୋମ ପିଚ୍‌ ପୁଣେ ଠାରେ ଆଇପିଏଲର ୨୭ ତମ ମ୍ୟାଚ୍‌ ଖେଳାଯାଉଛି। ଯେଉଁଠି ମୁହଁମୁହିଁ ହୋଇଛନ୍ତି ସିଏସକେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆଜିର ମ୍ୟାଚ୍‌ରେ ଲଗାତାର ଖରାପ ପ୍ରଦର୍ଶନ ପାଇଁ ମୁମ୍ବାଇ ଦଳରୁ ପୋଲାର୍ଡଙ୍କୁ ବାଦ ଦିଆଯାଇଛି। ଏହାସହ ଦଳକୁ ଫେରିଛନ୍ତି ଜେପି ଡୁମୁନି। ଅନ୍ୟପଟେ ଚେନ୍ନାଇ ଦଳ ଅପରବର୍ତ୍ତିତ ରହିଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ […]

Preview-M1-MI-vs-CSK

Rakesh Mallick
  • Published: Saturday, 28 April 2018
  • , Updated: 28 April 2018, 08:35 PM IST

ସୁପର୍‌ ଶନିବାରରେ ସୁପର ସୋ। ଚେନ୍ନାଇର ହୋମ ପିଚ୍‌ ପୁଣେ ଠାରେ ଆଇପିଏଲର ୨୭ ତମ ମ୍ୟାଚ୍‌ ଖେଳାଯାଉଛି। ଯେଉଁଠି ମୁହଁମୁହିଁ ହୋଇଛନ୍ତି ସିଏସକେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆଜିର ମ୍ୟାଚ୍‌ରେ ଲଗାତାର ଖରାପ ପ୍ରଦର୍ଶନ ପାଇଁ ମୁମ୍ବାଇ ଦଳରୁ ପୋଲାର୍ଡଙ୍କୁ ବାଦ ଦିଆଯାଇଛି। ଏହାସହ ଦଳକୁ ଫେରିଛନ୍ତି ଜେପି ଡୁମୁନି। ଅନ୍ୟପଟେ ଚେନ୍ନାଇ ଦଳ ଅପରବର୍ତ୍ତିତ ରହିଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଆଇପିଏଲର ପଏଣ୍ଟ ଟେବୁରେ ଚେନ୍ନାଇ ଟପ୍‌ରେ ରହିଥିବା ବେଳେ ମୁମ୍ବାଇ ସବା ତଳେ ରହିଛି। ଚେନ୍ନାଇ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ରୁ ୫ଟିରେ ବିଜୟୀ ହୋଇ ୧୦ ପଏଣ୍ଟ ସହ ଗ୍ରୁପ ଟପର୍‌ ଅଛି। ଅନ୍ୟପଟେ ମୁମ୍ବାଇ ୬ଟି ମ୍ୟାଚ୍‌ରୁ ୫ଟିରେ ପରାଜୟ ଓ ଗୋଟିଏରେ ବିଜୟୀ ସହ ପଏଣ୍ଟ ଟେବୁଲରେ ଶେଷରେ ରହିଛି।

Related story