ଇନ୍ଦୋର ଦିନିକିଆ: ଭାରତ ସମ୍ମୁଖରେ ୨୯୪ ରନ୍‌ର ବିଜୟ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଆଗରେ ଅଷ୍ଟ୍ରେଲିଆର ୨୯୪ରନ୍‌ର ବିଜୟ ଲକ୍ଷ୍ୟ। ଇନ୍ଦୋର ଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୬ୱିକେଟ୍‌ ହରାଇ ୨୯୩ ରନ୍‌ କରିଛି। ଦଳକୁ ଦୀର୍ଘଦିନ ପରେ ଫେରିଥିବା ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଫିଞ୍ଚ ଆଜି ଏକ ବିସ୍ଫୋରକ ପାଳି ଖେଳିଥିଲେ। ସେ ୧୨୫ ବଲରୁ ୧୨୪ ରନର ଏକ ଶତକୀୟ ପାଳି […]

kohli2

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 05:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଆଗରେ ଅଷ୍ଟ୍ରେଲିଆର ୨୯୪ରନ୍‌ର ବିଜୟ ଲକ୍ଷ୍ୟ। ଇନ୍ଦୋର ଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୬ୱିକେଟ୍‌ ହରାଇ ୨୯୩ ରନ୍‌ କରିଛି। ଦଳକୁ ଦୀର୍ଘଦିନ ପରେ ଫେରିଥିବା ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଫିଞ୍ଚ ଆଜି ଏକ ବିସ୍ଫୋରକ ପାଳି ଖେଳିଥିଲେ। ସେ ୧୨୫ ବଲରୁ ୧୨୪ ରନର ଏକ ଶତକୀୟ ପାଳି ଖେଳି ଦଳର ସ୍କୋରକୁ ୨୯୩ ରନ୍‌ରେ ପହଞ୍ଚାଇଥିଲେ। ଏହାସହ ଦଳର ଅଧିନାୟକ ସ୍ମିଥ ୬୩ ରନ କରିଥିବା ବେଳେ ଉପ ଅଧିନାୟକ ୱାର୍ଣ୍ଣର ୪୨ ରନ କରିଥିଲେ। ଅନ୍ୟପଟେ ଭାରତ ପକ୍ଷରୁ ପୂର୍ବ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇ ହିରୋ ସାଜିଥିବା କୁଲଦୀପ ଯାଦବ ଓ ବୁମ୍‌ରା ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଚହଲ ଓ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି।

Related story