ଆଜି ଦ୍ୱିତୀୟ ମୁକାବିଲା, ଏକ୍ସପେରିମେଣ୍ଟ କରିପାରନ୍ତି କୋହଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତ-ଆୟରଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍। ରାତି ସାଢ଼େ ୮ଟାରେ ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚକୁ ଜିତି ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ଘରୋଇ ଦଳକୁ ପ୍ରଥମ ମ୍ୟାଚରେ ୭୬ ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ। ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ସ୍ପିନ ଯୋଡି କୁଳଦୀପ ଯାଦବ ଓ ଚହଲଙ୍କ କମାଲ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚରେ ପୁଣି ଥରେ […]

2nd match

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 06:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତ-ଆୟରଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍। ରାତି ସାଢ଼େ ୮ଟାରେ ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚକୁ ଜିତି ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ଘରୋଇ ଦଳକୁ ପ୍ରଥମ ମ୍ୟାଚରେ ୭୬ ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ। ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ସ୍ପିନ ଯୋଡି କୁଳଦୀପ ଯାଦବ ଓ ଚହଲଙ୍କ କମାଲ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚରେ ପୁଣି ଥରେ ଏହି ଯୋଡି ନିଜର ସଫଳତାକୁ ଦୋହରାଇ ପାରନ୍ତି। ସେହିଭଳି ଓପନର୍ ରୋହିତ ଶର୍ମା ଓ ଶିଖର ଧଓ୍ୱନଙ୍କ ବ୍ୟାଟରୁ ଆଉ ଏକ ଧୂଆଁଧାର ଇଂନିସ ଦେଖିବାକୁ ମିଳିବାର ସମ୍ଭାବନା ରହିଛି।  

ଆଜି ମ୍ୟାଚ୍‌ରେ କିଛି ପରିବର୍ତ୍ତନ ଆଶା କରାଯାଇପାରେ। ପ୍ରଥମ ମ୍ୟାଚରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଆଜି ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ଲୋକେଶ ରାହୁଲ, କାର୍ତ୍ତିକ ଓ ଉମେଶ ଯାଦବଙ୍କୁ ଟିମ୍‌ ଇଲେଭେନରେ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି। ପ୍ରଥମ ଟି-ଟ୍ୱେଣ୍ଟି ପରେ ଭାରତର ଅଧିନାୟକ କହିଥିଲେ ଯେ, ଇଂଲଣ୍ଡ ସିରିଜ ପୂର୍ବରୁ ଟିମ୍‌ରେ ସବୁ ଖେଳାଳିଙ୍କୁ ସଯୋଗ ମିଳିବା ଦରକାର।

ଆର୍ୟଲାଣ୍ଡ ବିପକ୍ଷରେ ଦୁଇଟି ଟି-ଟ୍ୱେଣ୍ଟି ପରେ ଭାରତ ଇଂଲଣ୍ଡ ବିପକ୍ଷରେ ଲମ୍ବା ସିରିଜ ଖେଳିବାକୁ ଯାଉଛି। ଯେଉଁଥିରେ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ୍‌ ସାମିଲ। ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ କିପରି ମାତ୍‌ ଦେବ ସେଥିପାଇଁ ଭାରତ ଏକ ନୂଆ ରଣକୌଶଳ ସହିତ ପଡ଼ିଆକୁ ଓହ୍ଲାଇବ।

Related story