ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଗୌହାଟି ଠାରେ ଖେଳାଯିବ। ହେଲେ ଏହା ମ୍ୟାଚ୍ରେ ମଧ୍ୟ ରାଞ୍ଚି ଭଳି ବର୍ଷା ବାଧକ ସାଜିପାରେ। ବର୍ଷା କାରଣରୁ ସୋମବାର ଦିନ ଉଭୟ ଟିମ୍ ଅଭ୍ୟାସ୍ କରିପାରିନଥିଲେ। ବର୍ଷାସତ୍ତ୍ୱେ ଟିମ୍ ଇଣ୍ଡିଆର ଅଧିନାୟକ କୋହଲି ଓ ଧୋନୀ ପଡିଆରେ ଫୁଟବଲ ଖେଳର ମଜା ନେଇଥିଲେ। ଏହାପୂର୍ବରୁ ରାଞ୍ଚିରେ ଖେଳାଯାଇଥିବା ଚଳିତ ଟି-ଟ୍ୱେଣ୍ଟିର ସିରିଜର ପ୍ରଥମ ମ୍ୟାଚରେ ବର୍ଷା ହେବାରୁ ମ୍ୟାଚକୁ ଦୀର୍ଘସମୟ ଧରି ବନ୍ଦ ରଖାଯାଇଥିଲା। ପରେ ଡିଏଲ୍ ନିୟମ ଅନୁସାରେ ଭାରତକୁ ୬ ଓଭରରେ ୪୮ ରନ୍ର ବିଜୟ ଲକ୍ଷ୍ୟ ଦିଆଯାଇଥିଲା।