ମଙ୍ଗଳବାର ଦ୍ୱିତୀୟ ଟି-୨୦: ଚାପରେ ଶିଖର ଧୱନ୍‌

ଇନ୍ଦୋର: ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ଆସନ୍ତାକାଲି ଇନ୍ଦୋରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ପୁଣି ସମସ୍ତଙ୍କ ନଜର୍ ଶିଖର ଧୱନ୍ ଓ ଯଶପ୍ରୀତ ବୁମ୍ରାଙ୍କ ଉପରେ ରହିବ। ବିଶେଷକରି ଧୱନଙ୍କ ଉପରେ ଅତିରିକ୍ତ ଚାପ ରହିବ। ପ୍ରଥମ ମ୍ୟାଚ୍ ବାତିଲ ହେବା ଦ୍ୱାରା ଧୱନଙ୍କ ପାଖରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଲୋକେଶ ରାହୁଲଙ୍କୁ ପଛରେ ପକାଇବା ପାଇଁ ଗୋଟିଏ ମ୍ୟାଚ୍ କମ୍ ମିଳିବ। ସୀମିତ […]

dhawan

dhawan

Ranjit Kumar Jena
  • Published: Monday, 06 January 2020
  • Updated: 06 January 2020, 08:00 PM IST

Sports

Latest News

ଇନ୍ଦୋର: ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ଆସନ୍ତାକାଲି ଇନ୍ଦୋରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ପୁଣି ସମସ୍ତଙ୍କ ନଜର୍ ଶିଖର ଧୱନ୍ ଓ ଯଶପ୍ରୀତ ବୁମ୍ରାଙ୍କ ଉପରେ ରହିବ। ବିଶେଷକରି ଧୱନଙ୍କ ଉପରେ ଅତିରିକ୍ତ ଚାପ ରହିବ। ପ୍ରଥମ ମ୍ୟାଚ୍ ବାତିଲ ହେବା ଦ୍ୱାରା ଧୱନଙ୍କ ପାଖରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଲୋକେଶ ରାହୁଲଙ୍କୁ ପଛରେ ପକାଇବା ପାଇଁ ଗୋଟିଏ ମ୍ୟାଚ୍ କମ୍ ମିଳିବ। ସୀମିତ ଓଭର୍ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଶିଖର ବର୍ତ୍ତମାନ ୩୫ ବର୍ଷର ହୋଇସାରିଛନ୍ତି।

ଅନ୍ୟପକ୍ଷରେ ରାହୁଲଙ୍କ ବର୍ତ୍ତମାନ ୨୭ ବର୍ଷ। ଟି-୨୦ରେ ଯୁବ କ୍ରିକେଟରଙ୍କ ଉପରେ ଅଧିକ ଭରସା ଦେଖାଇବାର ପରମ୍ପରା ରହିଆସିଛି। ଏଭଳି ସ୍ଥିତିରେ ଚଳିତ ବର୍ଷ ହେବାକୁଥିବା ଟି-୨୦ବିଶ୍ୱକପରେ ନିଜ ସ୍ଥାନ ପକ୍କା କରିବା ପାଇଁ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ଧୱନଙ୍କ ପାଖରେ ଅଧିକ ସମୟ ନାହିଁ। ବାମହାତୀ ବ୍ୟାଟ୍ସମ୍ୟାନ୍ ଧୱନଙ୍କର ଷ୍ଟ୍ରାଇକରେଟ୍ ବର୍ତ୍ତମାନ ସୀମିତ ଓଭର କ୍ରିକେଟରେ ଚିନ୍ତାର ବିଷୟ ରହିଛି। ଧୱନଙ୍କୁ ଶ୍ରୀଲଙ୍କା ବିପକ୍ଷ ବାକି ଦୁଇଟି ମ୍ୟାଚରେ ଏଥିରେ ସୁଧାର ଆଣିବାକୁ ପଡ଼ିବ।

ଧୱନ୍ ୨୦୧୯ରେ ଆହତ ସମସ୍ୟାରେ ଥିଲେ ଏବଂ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବା ତାଙ୍କ ପକ୍ଷେ ଚ୍ୟାଲେଞ୍ଜିଂ ହେବ। ଗତବର୍ଷ ଧୱନ୍ ୧୨ ମ୍ୟାଚରେ ୧୧୦ ଷ୍ଟ୍ରାଇକରେଟରେ ୨୭୨ ରନ୍ କରିଥିଲେ। ଅନ୍ୟପକ୍ଷରେ ରାହୁଲ ସୁଯୋଗର ପୂରା ଫାଇଦା ଉଠାଇଛନ୍ତି ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ (ତିନୋଟି ଟି-୨୦ ଓ ତିନି ଦିନିକିଆ)ର ୬ ଇନିଂସରେ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ମାରିଥିଲେ। ପୂର୍ବତନ ଓପ୍ନର ଏବଂ ମୁଖ୍ୟ ଚୟନକର୍ତ୍ତା କ୍ରିଷ୍ଣମଚାରି ଶ୍ରୀକାନ୍ତ ଟି-୨୦ରେ ଧୱନଙ୍କ ବଦଳରେ ରାହୁଲଙ୍କ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ବାଛିଛନ୍ତି। ଅନ୍ୟପକ୍ଷରେ କ୍ୟାପଟେନ୍ କୋହଲି ମଧ୍ୟ କହିସାରିଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବିଶ୍ରାମ ପାଇଥିବା ରୋହିତ୍ ଶର୍ମା ଯେବେ ଇନିଂସ୍ ଓପନ୍ କରିବେ, ସେହି ସମୟରେ ଧୱନ୍ ଓ ରାହୁଲଭ୍‌କ ମଧ୍ୟରୁ ଜଣଙ୍କୁ ଚୟନ କରିବା ସହଜ ହେବନି।

ଗୌହାଟୀରେ ପ୍ରଥମ ମ୍ୟାଚରେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା। ତେଣୁ ଆସନ୍ତାକାଲି ମ୍ୟାଚରେ କୋହଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବେ ନାହିଁ। ଟିମରେ ତିନି ସ୍ପେଶାଲିଷ୍ଟ ପେସ୍ ବୋଲର ଓ ଦୁଇ ସ୍ପିନର୍ ରହିବେ। ୱାଶିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଟିମରେ ସ୍ଥାନ ମିଳିଥିଲା। ତେବେ ୟୁଜବେନ୍ଦ୍ର ଚହଲ୍ ଓ ରବୀନ୍ଦ୍ର ଜାଡେଜା ଅନ୍ତିମ ଏକାଦଶରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ। ଶ୍ରୀଲଙ୍କା ଟିମରେ ଅଧିକାଂଶ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଦୃଷ୍ଟିରେ ରଖି କୋହଲି ବୋଲିଂ କମ୍ବିନେଶନରେ ଏହି ନିଷ୍ପତ୍ତି ନେଇଛନ୍ତି। ମନିଷ ପାଣ୍ଡେ ଓ ସଞ୍ଜୁ ସାମସନ୍ ପ୍ରଥମ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ ଏବଂ ଦୁହିଁଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ।

ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ଖେଳାଳିଙ୍କ ସହ ପ୍ରୟୋଗ କରୁଛି, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଏପର୍ଯ୍ୟନ୍ତ ପାଣ୍ଡେ ଓ ସାମସନଙ୍କୁ ସୁଯୋଗ ଦେଇନାହିଁ। ଆହତ କାରଣରୁ ୪ମାସ ପରେ ଷ୍ଟାର୍ ପେସ୍ ବୋଲର ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ସମସ୍ତ ଅପେକ୍ଷା କରି ରହିଥିଲେ, କିନ୍ତୁ ବର୍ଷା ଏବଂ ଗ୍ରାଉଣ୍ଡ ଓଦା ରହିବା କାରଣରୁ ଗୌହାଟୀ ମ୍ୟାଚ୍ ହୋଇପାରିଲା ନାହିଁ। ମଙ୍ଗଳବାର ବୁମ୍ରାଙ୍କୁ ଇନ୍ଦୋରରେ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ ଏବଂ ଏଠାକାର ପାଗ ମୁଖ୍ୟତଃ ସଫା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ଗୌହାଟୀ ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଚୂଡ଼ାନ୍ତ ଏକାଦଶରେ ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ସୁଯୋଗ ଦେଇନଥିଲେ, କାରଣ ଭ୍ରମଣକାରୀ ଟିମ୍ ତିନି ସ୍ପେଶାଲିଷ୍ଟ ବୋଲର ଏବଂ ଦୁଇ ସ୍ପିନରଙ୍କୁ ଖେଳାଇବାକୁ ନିଷ୍ପତ୍ତି ନେଇଥିଲା। ତେବେ ମଙ୍ଗଳବାର ମାଥ୍ୟୁସଙ୍କୁ ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ଭାବ୍ୟ ଏକାଦଶ
ଭାରତ: ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ବିରାଟ୍ କୋହଲି (କ୍ୟାପଟେନ୍‌), ଶ୍ରେୟସ ଆୟର୍‌, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି।

ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡେ, ଦନୁସ୍କା ଗୁଣତିଳକ, କୁଶଲ ପରେରା, ଓଶାଡା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକସା, ଧନଞ୍ଜୟ ଡି'ସିଲଭା, ଦାସୁନ୍ ଶନକା, ଇସୁରୁ ଉଦାନା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, ଲସିଥ୍ ମାଲିଙ୍ଗା (କ୍ୟାପଟେନ୍‌)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story