ଦ୍ୱିତୀୟ ଟି-୨୦: ପୁଣି ଟସ୍ ଜିତିଲେ କୋହଲି

ଇନ୍ଦୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତ । ଫଳରେ ଭ୍ରମଣକାରୀ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ଆସିବ। ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ମ୍ୟାଚ୍ ଜରିଆରେ ଶିଖର ଧୱନ୍ ଓ ଯଶପ୍ରୀତ ବୁମ୍ରା ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। […]

2nd-t20

Ranjit Kumar Jena
  • Published: Tuesday, 07 January 2020
  • , Updated: 07 January 2020, 06:40 PM IST

ଇନ୍ଦୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତ । ଫଳରେ ଭ୍ରମଣକାରୀ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ଆସିବ। ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଏହି ମ୍ୟାଚ୍ ଜରିଆରେ ଶିଖର ଧୱନ୍ ଓ ଯଶପ୍ରୀତ ବୁମ୍ରା ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଶ୍ରୀଲଙ୍କା ମଧ୍ୟ ତା'ର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରଖିଛି। ସୂଚନାଯୋଗ୍ୟ, ଗୌହାଟୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ଏହି ମ୍ୟାଚରେ କୋହଲି ଟସ୍ ଜିତିଥିଲେ। କିନ୍ତୁ ଟସ୍ ପରେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁକାରଣରୁ ମ୍ୟାଚରେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା।

ଭାରତ: ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ବିରାଟ୍ କୋହଲି (କ୍ୟାପଟେନ୍‌), ଶ୍ରେୟସ ଆୟର୍‌, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି।

ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡୋ, ଦନୁସ୍କା ଗୁଣତିଳକ, କୁଶଲ ପରେରା, ଓଶାଡା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକସା, ଧନଞ୍ଜୟ ଡି'ସିଲଭା, ଦାସୁନ୍ ଶନକା, ଇସୁରୁ ଉଦାନା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, ଲସିଥ୍ ମାଲିଙ୍ଗା (କ୍ୟାପଟେନ୍‌)।

Related story