ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ: ୱେଷ୍ଟଇଣ୍ଡିଜ୍-ଏ ୨୪୩/୫

ପୋର୍ଟ ଅଫ୍ ସ୍ପେନ୍: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ଆରମ୍ଭ ହୋଇଛି। ମ୍ୟାଚରେ ୱେଷ୍ଟଇଣ୍ଡିଜ୍-ଏ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍-ଏ ୫ ୱିକେଟ୍ ବିନିମୟରେ ୨୪୩ ରନ୍ କରିଛି। ଟିମର ଦୁଇ ଓପ୍ନର କ୍ୟାପଟେନ୍ କ୍ରେଗ୍ ବ୍ରାଥୱେଟ୍ ଓ ମଣ୍ଟକିନ୍ ହଜ୍ ପ୍ରଥମ ୱିକେଟ୍ ପାଇଁ ୮୭ ରନ୍ ଯୋଡ଼ିଥିଲେ। ବ୍ରାଥୱେଟ୍ ୩୬ ରନ୍ କରିଥିବା ବେଳେ ତାଙ୍କୁ ସନ୍ଦୀପ […]

wi

Ranjit Kumar Jena
  • Published: Thursday, 01 August 2019
  • , Updated: 01 August 2019, 04:45 PM IST

ପୋର୍ଟ ଅଫ୍ ସ୍ପେନ୍: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ଆରମ୍ଭ ହୋଇଛି। ମ୍ୟାଚରେ ୱେଷ୍ଟଇଣ୍ଡିଜ୍-ଏ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍-ଏ ୫ ୱିକେଟ୍ ବିନିମୟରେ ୨୪୩ ରନ୍ କରିଛି।

ଟିମର ଦୁଇ ଓପ୍ନର କ୍ୟାପଟେନ୍ କ୍ରେଗ୍ ବ୍ରାଥୱେଟ୍ ଓ ମଣ୍ଟକିନ୍ ହଜ୍ ପ୍ରଥମ ୱିକେଟ୍ ପାଇଁ ୮୭ ରନ୍ ଯୋଡ଼ିଥିଲେ। ବ୍ରାଥୱେଟ୍ ୩୬ ରନ୍ କରିଥିବା ବେଳେ ତାଙ୍କୁ ସନ୍ଦୀପ ୱାରିୟର୍ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ହଜ୍ ଓ ଶାମାର୍ ବ୍ରୁକ୍ସ ଅର୍ଦ୍ଧଶତକ ହାସଲ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ହଜ୍ ୬୫ (୮ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ବ୍ରୁକ୍ସ ୫୩ (୯୮ ବଲ୍, ୭ ଚୌକା) ରନ୍ କରି ଆଉଟ୍ ହୋଇଥିଲେ।

ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୁନୀଲ ଅମ୍ବ୍ରିସ୍ (୧୨) ଓ ଜର୍ମେନ୍ ବ୍ଲାକଉଡ୍ (୨୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଚା'ପାନ ବିରତି ପରେ ୱେଷ୍ଟଇଣ୍ଡିଜ୍ ୧୯୬ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଏହି ସମୟରେ ଶେନ୍ ଡାଓରିଚ୍ ଓ ରେମନ୍ ରିଫର୍ ଭଲ ବ୍ୟାଟିଂ କରି ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନାହାନ୍ତି। ଡାଓରିଚ୍ ୨୪ ଓ ରିଫର୍ ୨୭ ରନ୍ କରି ଅପରାଜିତ ଅଛନ୍ତି। ଭାରତ-ଏ ପକ୍ଷରୁ ମହମ୍ମଦ ସିରାଜ, ସନ୍ଦୀପ ୱାରିୟର୍, ଶିବମ ଦୁବେ, କ୍ରିଷ୍ଣାପ୍ପା ଗୌତମ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Related story