୩୦୦ ଟେଷ୍ଟ୍ ୱିକେଟ୍ କ୍ଲବରେ ଷ୍ଟୁଆର୍ଟ ବ୍ରୋଡ୍

ଇଂଲଣ୍ଡ: ଇଂଲଣ୍ଡର ପେସ୍ ବୋଲର୍ ଷ୍ଟୁଆର୍ଟ ବ୍ରୋଡ୍ ୩୦୦ ଟେଷ୍ଟ୍ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି। ଗୁରୁବାର ନଟିଂହାମଠାରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ବ୍ରୋଡଙ୍କୁ ମିଳିଛି ଏହି ସଫଳତା। ଏହି ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ସେ ୨୯୯ ୱିକେଟ୍ ନେଇଥିଲେ। ଆଜି କ୍ରିସ୍ ରୋଜରଙ୍କ ୱିକେଟ୍ ନେଇ ସେ ୩୦୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି। ଆଉ ଏହା ସହିତ ଇଂଲଣ୍ଡର ଅନ୍ୟତମ ପ୍ରସିଦ୍ଧ ବୋଲର ଫ୍ରେଡ୍ ଟ୍ରୁମ୍ୟାନ୍, ବବ୍ ୱିଲ୍ସ, ସାର୍ […]

stuart

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 05:00 PM IST

ଇଂଲଣ୍ଡ: ଇଂଲଣ୍ଡର ପେସ୍ ବୋଲର୍ ଷ୍ଟୁଆର୍ଟ ବ୍ରୋଡ୍ ୩୦୦ ଟେଷ୍ଟ୍ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି। ଗୁରୁବାର ନଟିଂହାମଠାରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ବ୍ରୋଡଙ୍କୁ ମିଳିଛି ଏହି ସଫଳତା। ଏହି ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ସେ ୨୯୯ ୱିକେଟ୍ ନେଇଥିଲେ। ଆଜି କ୍ରିସ୍ ରୋଜରଙ୍କ ୱିକେଟ୍ ନେଇ ସେ ୩୦୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି। ଆଉ ଏହା ସହିତ ଇଂଲଣ୍ଡର ଅନ୍ୟତମ ପ୍ରସିଦ୍ଧ ବୋଲର ଫ୍ରେଡ୍ ଟ୍ରୁମ୍ୟାନ୍, ବବ୍ ୱିଲ୍ସ, ସାର୍ ଇଆନ୍ ବୋଥାମ୍ ଓ ଜେମ୍ସ ଆଣ୍ଡରସନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଇଂଲଣ୍ଡ ତରଫରୁ ଏମାନେ ୩୦୦ ବା ଏହାଠାରୁ ଅଧିକ ୱିକେଟ୍ ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ବ୍ରୋଡ୍ ଆଜିର ମ୍ୟାଚରେ ୧୫ ରନ୍ ଦେଇ ୮ଟି ୱିକେଟ୍ ନେଇଛନ୍ତି। ଫଳରେ ପୂରା ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଇନିଂସରେ ୬୦ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା।

Related story