୩୪ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳକୁ ମିଳିଥିଲା ନୂଆ ପରିଚୟ: ପ୍ରଥମ ଥର ବିଶ୍ୱବିଜେତା ହୋଇଥିଲା ଟିମ୍‌

ନୂଆଦିଲ୍ଲୀ:୩୪ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳକୁ ମିଳିଥିଲା ଏକ ନୂଆ ପରିଚୟ। ୨୫ ଜୁନ ୧୯୮୩ ଆଜିର ଦିନକୁ ଭାରତ କେବେ ଭୁଲି ପାରିବ ନାହିଁ। ଭାରତୀୟ କ୍ରିକେଟ୍‌ ଟିମ୍‌ ଆଜିର ଦିନରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ପ୍ରଥମଥର ପାଇଁ ବିଶ୍ୱବିଜେତା ହୋଇପାରିଥିଲା। ଇଂଲଣ୍ଡର ଐତିହାସିକ ଷ୍ଟାଡିୟମ ଲର୍ଡ୍ସରେ ଏହି ଫାଇନାଲ ମ୍ୟାଚ ଖେଳାଯାଇଥିଲା। କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌କୁ ୪୩ ରନରେ ପରାସ୍ତ କରିଥିଲା। ସେ ସମୟରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‌କୁ […]

kapil-devs-1983-world-cup-victory-to-be-framed-on-silver-screen-1423721758

Rakesh Mallick
  • Published: Sunday, 25 June 2017
  • , Updated: 25 June 2017, 09:35 PM IST

ନୂଆଦିଲ୍ଲୀ:୩୪ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳକୁ ମିଳିଥିଲା ଏକ ନୂଆ ପରିଚୟ। ୨୫ ଜୁନ ୧୯୮୩ ଆଜିର ଦିନକୁ ଭାରତ କେବେ ଭୁଲି ପାରିବ ନାହିଁ। ଭାରତୀୟ କ୍ରିକେଟ୍‌ ଟିମ୍‌ ଆଜିର ଦିନରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ପ୍ରଥମଥର ପାଇଁ ବିଶ୍ୱବିଜେତା ହୋଇପାରିଥିଲା। ଇଂଲଣ୍ଡର ଐତିହାସିକ ଷ୍ଟାଡିୟମ ଲର୍ଡ୍ସରେ ଏହି ଫାଇନାଲ ମ୍ୟାଚ ଖେଳାଯାଇଥିଲା। କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌କୁ ୪୩ ରନରେ ପରାସ୍ତ କରିଥିଲା। ସେ ସମୟରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‌କୁ ଭାରତ ଭଳି ଟିମ୍‌ ହରାଇ ସାରା ବିଶ୍ୱକୁ ଚକିତ କରିଦେଇଥିଲା।

ବିଶ୍ୱକପ ଖେଳିବା ପାଇଁ ଯେତେବେଳେ ଭାରତୀୟ ଦଳ ଯାଇଥିଲା କେହି ବି ଭାବିନଥିଲେ ଯେ ଭାରତ ବିଶ୍ୱ ବିଜେତା ହେବ ବୋଲି। ଫାଇନାଲ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି  ୫୪.୪ ଓଭରରେ ମାତ୍ର ୧୮୩ ରନ୍‌ କରିବାରେ ସକ୍ଷ୍ୟମ ହୋଇଥିଲା। ଏତେ କମ ରନ ହୋଇଥିବାରୁ ଲାଗୁଥିଲା ୱେଷ୍ଟଇଣ୍ଡିଜ୍‌ ସହଜରେ ମ୍ୟାଚ୍‌ ଜିତିଯିବ। ହେଲେ ଭାରତୀୟ ବୋଲରଙ୍କ ଆକର୍ଷଣୀୟ ବୋଲିଂରେ ବିପକ୍ଷ ଦଳ ମାତ୍ର ୧୪୦ ରନରେ ଅଲ ଆଉଟ ହୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍‌କୁ ୪୩ ରନରେ ହରାଇ ଭାରତ ପ୍ରଥମଥର ପାଇଁ ବିଶ୍ୱବିଜେତା ହେବାର ଗୌରବ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ମୁଖ୍ୟ ନାୟକ ସାଜିଥିଲେ ଏମ୍‌ ଅମରନାଥ । ସେ  ୭ ଓଭର ବୋଲିଂ କରି ମାତ୍ର ୧୨ରନ ଦେଇ ୩ଟି ମୂଲ୍ୟବାନ ୱିକେଟ୍‌ ନେଇଥିଲେ।

Related story