୪ର୍ଥ ଦିନିକିଆରେ ଭାରତର ବିଶାଳ ସ୍କୋର: ଶ୍ରୀଲଙ୍କା ସମ୍ମୁଖରେ ୩୭୬ ରନ୍‌ର ବିଜୟ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲମ୍ବୋ ଦିନିକିଆରେ ଶ୍ରୀଲଙ୍କା ଆଗରେ ୩୭୬ ରନର ଟାର୍ଗେଟ ରଖିଛି ଭାରତ। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ଅଧିନାୟକ ବିରାଟ କୋହଲି ଓ ଓପନର ରୋହିତ ଶର୍ମାଙ୍କ ଶତକ ବଳରେ ଶ୍ରୀଲଙ୍କା ଆଗରେ ଏକ ବିଶାଳ ସ୍କୋର କରିପାରିଛି। ରୋହିତ ୧୦୪ ଓ କୋହଲି ୧୩୧ ରନ୍ କରି ଆଉଟ୍ ହୋଇଥିଲେ। ଉଭୟ ଦ୍ୱିତୀୟ ଓ୍ୱିକେଟରେ ୨୨୦ ରନ୍ ଯୋଡ଼ିଥିଲେ। ତେବେ ଉଭୟ ଆଉଟ୍ ହେବା ପରେ ପାଣ୍ଡ୍ୟା ଓ ରାହୁଲ […]

Rakesh Mallick
  • Published: Thursday, 31 August 2017
  • , Updated: 31 August 2017, 07:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲମ୍ବୋ ଦିନିକିଆରେ ଶ୍ରୀଲଙ୍କା ଆଗରେ ୩୭୬ ରନର ଟାର୍ଗେଟ ରଖିଛି ଭାରତ। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ଅଧିନାୟକ ବିରାଟ କୋହଲି ଓ ଓପନର ରୋହିତ ଶର୍ମାଙ୍କ ଶତକ ବଳରେ ଶ୍ରୀଲଙ୍କା ଆଗରେ ଏକ ବିଶାଳ ସ୍କୋର କରିପାରିଛି। ରୋହିତ ୧୦୪ ଓ କୋହଲି ୧୩୧ ରନ୍ କରି ଆଉଟ୍ ହୋଇଥିଲେ। ଉଭୟ ଦ୍ୱିତୀୟ ଓ୍ୱିକେଟରେ ୨୨୦ ରନ୍ ଯୋଡ଼ିଥିଲେ। ତେବେ ଉଭୟ ଆଉଟ୍ ହେବା ପରେ ପାଣ୍ଡ୍ୟା ଓ ରାହୁଲ ଯଥାକ୍ରମେ ୧୯ ଓ ୭ ରନ୍ କରି ଶୀଘ୍ର ପ୍ୟାଭିଲିୟନକୁ ଫେରିଯାଇଥିଲେ। ଶେଷ ଭାଗରେ ମନୀଷ ପାଣ୍ଡେଙ୍କ ୫୦ ଓ ଧୋନଙ୍କ ୪୯ ରନ ସହାୟତାରେ ଦଳ ନର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ୩୭୫ ରନ୍ କରିପାରିଛି। ମାଥୁସ୍‌ ସର୍ବାଧିକ ୨ଟି ଓ୍ୱିକେଟ ନେଇଛନ୍ତି।
ଅଜିର ମ୍ୟାଚ୍‌ ଥିଲା ଧୋନିଙ୍କ କ୍ୟାରିଅରର ୩୦୦ତମ ମ୍ୟାଚ୍। ୩୦୦ ତମ ମ୍ୟାଚ୍‌ରେ ସେ ଟିମ୍‌ ଇଣ୍ଡିଆ ପକ୍ଷରୁ ୪୨ଟି ବଲରେ ୪୯ ରନ କରିଥିଲେ। ଯେଉଁଥିରେ ରହିଥିଲା ୫ଟି ଚୌକା ଓ ଗୋଟିଏ ଛକ୍କା। ସେହିପରି ଅଧିନାୟକ କୋହଲି ମଧ୍ୟ ଆଜି ଦିନିକିଆରେ ୨୯ତମ ଶତକ ହସଲ କରିଛନ୍ତ।

Related story