ତୃତୀୟ ଟେଷ୍ଟ ଜିତି ୨-୧ରେ ସିରିଜ ହାତେଇଲା ଭାରତ

କଲମ୍ବୋ: କଲମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଶେଷ ଟେଷ୍ଟ ମ୍ୟାଚକୁ ୧୧୭ ରନରେ ଜିତି ସିରିଜ ହାତେଇଛି ଭାରତ। ଏହି ବିଜୟ ପରେ ଦୀର୍ଘ ୨୨ବର୍ଷ ପରେ ଭାରତ ଶ୍ରୀଲଙ୍କା ମାଟିରେ ଟେଷ୍ଟ ସିରିଜ ବିଜୟୀ ହେବାକୁ ସକ୍ଷମ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ ୧-୧ରେ ବାରବର ରହିଥିବା ବେଳେ ଶେଷ ମ୍ୟାଚର ବିଜୟ ସହ ଭାରତ ଇତିହାସ ରଚିଛି। ଅନ୍ୟପକ୍ଷେ ଧୋନୀ ଅଧିନାୟକ ପଦ ଛାଡିବା ପରେ ବିରାଟ କୋହିଲିଙ୍କ ନେତୃତ୍ୱରେ ଭାରତ […]

CRICKET-SRI-IND

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 11:55 AM IST

କଲମ୍ବୋ: କଲମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଶେଷ ଟେଷ୍ଟ ମ୍ୟାଚକୁ ୧୧୭ ରନରେ ଜିତି ସିରିଜ ହାତେଇଛି ଭାରତ। ଏହି ବିଜୟ ପରେ ଦୀର୍ଘ ୨୨ବର୍ଷ ପରେ ଭାରତ ଶ୍ରୀଲଙ୍କା ମାଟିରେ ଟେଷ୍ଟ ସିରିଜ ବିଜୟୀ ହେବାକୁ ସକ୍ଷମ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ ୧-୧ରେ ବାରବର ରହିଥିବା ବେଳେ ଶେଷ ମ୍ୟାଚର ବିଜୟ ସହ ଭାରତ ଇତିହାସ ରଚିଛି। ଅନ୍ୟପକ୍ଷେ ଧୋନୀ ଅଧିନାୟକ ପଦ ଛାଡିବା ପରେ ବିରାଟ କୋହିଲିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ଟେଷ୍ଟ ସିରିଜ ଜିତିଛି।

ତୃତୀୟ ଟେଷ୍ଟର ଅନ୍ତିମ ଦିବସରେ ଶ୍ରୀଲଙ୍କା ୮୫ ଓଭର ଖେଳି ୨୬୮ରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମାଥ୍ୟୁସ୍ ୩୧୩ ବଲରୁ ସର୍ବାଧିକ ୧୧୦ ରନ, ପରେରା ୧୪୫ ବଲରୁ ୭୦ ରନ କରିଥିଲେ । ଦଳର ପାଞ୍ଚ ଜଣ ବ୍ୟାଟ୍ସମ୍ୟାଟ ଦୁଇ ଅଙ୍କ ଛୁଇଁବାକୁ ସମର୍ଥ ହୋଇପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କା ଦଳୀୟ ସ୍କୋର ୩ ଥିବା ବେଳେ ୩ଟି ମହତ୍ୱପୂର୍ଣ୍ଣ ୱିକେଟ ହରାଇ ଥିଲା। ଯେଉଁଥିରୁ ଶେଷ ପର୍ଯ୍ୟନ୍ତ ଦଳ ମୁକୁଳି ପାରି ନ ଥିଲା । ଭାରତ ପକ୍ଷରୁ ଆର. ଅଶ୍ୱିନୀ ୪ଟି, ଇଶାନ୍ତ ଶର୍ମା ୩ଟି ୱିକେଟ, ଉମେଶ ଯାଦବ ୨ଟି ଓ ଅମିତ ମିଶ୍ରା ଗୋଟିଏ ୱିକେଟ ନେଇଥିଲେ । ତେତ୍ତେଶ୍ୱର ପୂଜାରା ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ସିରିଜରେ ଉନ୍ନତ ବୋଲିଂ ପ୍ରଦର୍ଶନ ପାଇଁ ଆର.ଅଶ୍ୱୀନିଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା ।

ପ୍ରଥମ ଇନିଂସରେ ଭାରତ ୩୧୨ ରନ କରି ଅଲ ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଚେତ୍ତେଶ୍ୱର ପୂଜାରା ଅପରାଜିତ ୧୪୫ ରନ, ଅମିତ ମିଶ୍ରାଙ୍କ ୫୯ ରନ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଧମ୍ମିକା ପ୍ରସାଦ ୪ଟି ଓ ହେରାଇ ୩ଟି ୱିକେଟ ନେଇଥିଲେ। ଶ୍ରୀଲଙ୍କା ପ୍ରଥମ ଇନିଂସରେ ମାତ୍ର ୨୦୧ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା। ଦଳପକ୍ଷରୁ ପେରାରା ସର୍ବାଧିକ ୫୫ ରନ ଓ ହେରାଥ ୪୯ ରନ କରିଥିଲେ। ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ ୫ଟି ୱିକେଟ, ଷ୍ଟୁଆର୍ଡ ବିନ୍ନି ଓ ଅମିତ ମିଶ୍ରା ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଭାରତ ଦ୍ୱିତୀୟ ଇନିଂସରେ ଭାରତ ୨୭୪ ରନ କରି ଅଲଆଉଟ ହୋଇ ଯାଇଥିଲା। ଶ୍ରୀଲଙ୍କା ଆଗରେ ଭାରତ ୩୮୬ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୫୦ ରନ, ଷ୍ଟୁଆର୍ଡ ବିନ୍ନି ୪୯ ରନ ଓ ଆର.ଅଶ୍ୱିନୀ ୫୮ ରନ ସଂଗ୍ରହ କରିଥିଲେ।

Related story