ଏସିଆନ୍ ଯୁବ ଚେସ୍ ଚାମ୍ପିଆନସିପ୍: ଭାରତକୁ ୫ ସ୍ୱର୍ଣ୍ଣ,୫ ରୌପ୍ୟ ଏବଂ ୭ ବ୍ରୋଞ୍ଚ

ସୁୱାନ (ଦକ୍ଷିଣ କୋରିଆ): ସୋମବାର ଉଦଯାପିତ ହୋଇଥିବା ଏସିଆନ୍ ଯୁବ ଚେସ ଚାମ୍ପିଆନସିପରେ ଭାରତ ୧୭ଟି ମେଡାଲ ହାତେଇ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମୋଟ ୩୬ଟି ପଦକରୁ ୫ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୭ଟି ବ୍ରୋଞ୍ଚ ପଦକ ସହ ମୋଟ ଉପରେ ୧୭ଟି ପଦକ ହାସଲ କରିଛି ଭାରତ। କୋରିଆ ଚେସ ଫେଡେରସନ ପକ୍ଷରୁ ଆୟୋଜିତ ଏହି ଚାମ୍ପିଆନସିପରେ ଭାରତୀୟ କନିଷ୍ଠ ଚେସ ଦଳ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛି। ୪ଟି […]

chess-afp

Rakesh Mallick
  • Published: Monday, 10 August 2015
  • , Updated: 10 August 2015, 05:01 PM IST

ସୁୱାନ (ଦକ୍ଷିଣ କୋରିଆ): ସୋମବାର ଉଦଯାପିତ ହୋଇଥିବା ଏସିଆନ୍ ଯୁବ ଚେସ ଚାମ୍ପିଆନସିପରେ ଭାରତ ୧୭ଟି ମେଡାଲ ହାତେଇ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମୋଟ ୩୬ଟି ପଦକରୁ ୫ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୭ଟି ବ୍ରୋଞ୍ଚ ପଦକ ସହ ମୋଟ ଉପରେ ୧୭ଟି ପଦକ ହାସଲ କରିଛି ଭାରତ। କୋରିଆ ଚେସ ଫେଡେରସନ ପକ୍ଷରୁ ଆୟୋଜିତ ଏହି ଚାମ୍ପିଆନସିପରେ ଭାରତୀୟ କନିଷ୍ଠ ଚେସ ଦଳ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛି।

୪ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ ସହ ମୋଟ ଉପରେ ୭ଟି ପଦକ ସହ ତଳକୁ ରହିଛି ଇରାନ୍। ଏହାଠାରୁ ତଳକୁ ରହିଛି ୪ଟି ପଦକ ସହ ଭିଏତନାମ। ଏଥିରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ରହିଛି।

Related story