ପଞ୍ଚମ ଆଶେସ୍ ଟେଷ୍ଟ: ପୁଣି ଅଷ୍ଟ୍ରେଲିଆ ପାଇଁ ଲଢ଼ିଲେ ସ୍ମିଥ୍

ଦି ଓଭାଲ୍: ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଅଷ୍ଟ୍ରେଲିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି। ଏଠାରେ ଚାଲିଥିବା ପଞ୍ଚମ ଆଶେସ୍ ଟେଷ୍ଟରେ ଇଂଲଣ୍ଡର ୨୯୪ ରନ୍ ଜବାବରେ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ପହଞ୍ଚିଛି। ଶେଷ ଖବର ମିଳିବା ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୧୬୬ ରନ୍ କରିଛି। ସ୍ମିଥ୍ ୬୬ ଏବଂ କ୍ୟାପଟେନ୍ ଟିମ୍ ପେନ୍ ୧ ରନରେ ବ୍ୟାଟିଂ କରୁଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଓପନ୍ କରିବାକୁ ଆସିଥିବା […]

smith

smith

Ranjit Kumar Jena
  • Published: Friday, 13 September 2019
  • Updated: 13 September 2019, 09:16 PM IST

Sports

Latest News

ଦି ଓଭାଲ୍: ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଅଷ୍ଟ୍ରେଲିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି। ଏଠାରେ ଚାଲିଥିବା ପଞ୍ଚମ ଆଶେସ୍ ଟେଷ୍ଟରେ ଇଂଲଣ୍ଡର ୨୯୪ ରନ୍ ଜବାବରେ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ପହଞ୍ଚିଛି। ଶେଷ ଖବର ମିଳିବା ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୧୬୬ ରନ୍ କରିଛି। ସ୍ମିଥ୍ ୬୬ ଏବଂ କ୍ୟାପଟେନ୍ ଟିମ୍ ପେନ୍ ୧ ରନରେ ବ୍ୟାଟିଂ କରୁଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ଓପନ୍ କରିବାକୁ ଆସିଥିବା ଡେଭିଡ୍ ୱାର୍ଣ୍ଣର୍ (୫) ଓ ମାର୍କସ୍ ହାରିସ୍ (୩) ପୁଣିଥରେ ନିରାଶ କରିଛନ୍ତି। ଇନିଂସର ଦ୍ୱିତୀୟ ଓଭରରେ ୱାର୍ଣ୍ଣରଙ୍କୁ ଏବଂ ଷଷ୍ଠ ଓଭରରେ ହାରିସଙ୍କୁ ଜୋଫ୍ରା ଆର୍ଚର୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ମାର୍ନସ୍ ଲାବୁଶେନ୍ ଓ ସ୍ମିଥ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୯ ରନର ଭାଗୀଦାରୀ କରିଥିଲେ।

ଲାବୁଶେନ୍ ୪୮ (୮୪ ବଲ୍, ୧୦ ଚୌକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ମଧ୍ୟ ଆର୍ଚର ଆଉଟ୍ କରିଥିଲେ। ଏହା ପରେ ସ୍ମିଥ୍ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ତାଙ୍କୁ ସେତେଟା ସହଯୋଗ ମିଳିନଥିଲା। ମାଥ୍ୟୁ ୱେଡ୍ ୧୯ ରନ୍ କରି ସାମ୍ କୁରାନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିବା ବେଳେ ମିଚେଲ୍ ମାର୍ଶ ୧୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର୍ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି।

ଶୁକ୍ରବାର ୨୭୧/୮ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଆଉ ୨୩ ରନ୍ ଯୋଡ଼ିବା ପରେ ଅଲଆଉଟ୍ ହୋଇଯାଇଥିଲା। ଗତକାଲି ଅପରାଜିତ ଥିବା ଜୋସ ବଟଲର୍ ୭୦ (୯୮ ବଲ୍, ୭ ଚୌକା, ୩ ଛକା) ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷ ୱିକେଟ୍ ଭାବେ ଜ୍ୟାକ୍ ଲିଚ୍ ୨୧ ରନ୍ କରି ମିଚେଲ୍ ମାର୍ଶଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଷ୍ଟୁଆର୍ଟ ବ୍ରଡ୍ କୌଣସି ରନ୍ ନକରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଶ ସର୍ବାଧିକ ୫ଟି, କମିନ୍ସ ୩ଟି ଓ ହେଜଲଉଡ୍ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story