ପୁରୁଷ ହକି ଟିମରେ ପଶିଲା କରୋନା

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଛଅ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବାଙ୍ଗାଲୋରରେ ପହଞ୍ଚିବା ପରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଛଅ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ମନଦୀପ ସିଂ, ଡିଫେଣ୍ଡର ସୁରେନ୍ଦ୍ର କୁମାର, ଜସକରନ୍ ସିଂ, ବରୁଣ କୁମାର ଏବଂ କୃଷ୍ଣ ବାହାଦୂର ପୃଥକ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସମସ୍ତେ ଏବେ ଡାକ୍ତରଖାନାର ଭର୍ତ୍ତି ହୋଇଥିବା ସୂଚନା ରହିଛି। ଅନ୍ୟପଟେ ମହିଳା […]

Mandeep-Singh

Subhransu Sekhar
  • Published: Wednesday, 12 August 2020
  • , Updated: 12 August 2020, 12:49 PM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଛଅ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବାଙ୍ଗାଲୋରରେ ପହଞ୍ଚିବା ପରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଛଅ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ମନଦୀପ ସିଂ, ଡିଫେଣ୍ଡର ସୁରେନ୍ଦ୍ର କୁମାର, ଜସକରନ୍ ସିଂ, ବରୁଣ କୁମାର ଏବଂ କୃଷ୍ଣ ବାହାଦୂର ପୃଥକ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସମସ୍ତେ ଏବେ ଡାକ୍ତରଖାନାର ଭର୍ତ୍ତି ହୋଇଥିବା ସୂଚନା ରହିଛି।

ଅନ୍ୟପଟେ ମହିଳା ହକି ଟିମର ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତେଣୁ ଆଗାମୀ ଦିନରେ ମହିଳା ହକି ଟିମର କାର୍ଯ୍ୟସୂଚୀ ଅନୁଯାୟୀ ଜାରି ହେବ ବୋଲି ସୂଚନା ରହିଛି। ସେହିପରି ପୁରୁଷ ହକି ଟିମରେ ଛଅ ଜଣ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ କ୍ୟାମ୍ପ ଏବେ ସନ୍ଦେହ ଘେରରେ ରହିଛନ୍ତି।

Related story