ଫିଫା ବିଶ୍ୱକପ: ଭାଙ୍ଗିଲା ୬୪ ବର୍ଷର ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପରେ ଭାଙ୍ଗିଛି ଅନେକ ରେକର୍ଡ। ତେବେ ଏମିତି ଏକ ରେକର୍ଡ ଚିଳତ ଫିଫା ବିଶ୍ୱକପରେ ଭାଙ୍ଗିଛି ଯାହା ୬୪ ବର୍ଷ ଧରି ଥିଲା। ୧୯୫୪ ସ୍ୱିଜରଲ୍ୟାଣ୍ଡ ଫିଫା ବିଶ୍ୱକପରେ ହୋଇଥିଲା ସେହି ରେକର୍ଡ, ତା ପରଠୁ ଏହା ଭାଙ୍ଗିନଥିଲା। ଫିଫା ଇତିହାସରେ ଏତେ ଲମ୍ବା ସମୟ ଧରି ରହିଥିବା ରେକର୍ଡ କଣ ଥିଲା ଓ କେମିତି ଭାଙ୍ଗିଲା, ଆସନ୍ତୁ ଜାଣିବା।  ଚଳିତ ଫିଫା ବିଶ୍ୱକପରେ ଭାଙ୍ଗିଛି ୬୪ ବର୍ଷ ପୁରୁଣା ରେକର୍ଡ। […]

aa

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 12:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପରେ ଭାଙ୍ଗିଛି ଅନେକ ରେକର୍ଡ। ତେବେ ଏମିତି ଏକ ରେକର୍ଡ ଚିଳତ ଫିଫା ବିଶ୍ୱକପରେ ଭାଙ୍ଗିଛି ଯାହା ୬୪ ବର୍ଷ ଧରି ଥିଲା। ୧୯୫୪ ସ୍ୱିଜରଲ୍ୟାଣ୍ଡ ଫିଫା ବିଶ୍ୱକପରେ ହୋଇଥିଲା ସେହି ରେକର୍ଡ, ତା ପରଠୁ ଏହା ଭାଙ୍ଗିନଥିଲା। ଫିଫା ଇତିହାସରେ ଏତେ ଲମ୍ବା ସମୟ ଧରି ରହିଥିବା ରେକର୍ଡ କଣ ଥିଲା ଓ କେମିତି ଭାଙ୍ଗିଲା, ଆସନ୍ତୁ ଜାଣିବା। 

ଚଳିତ ଫିଫା ବିଶ୍ୱକପରେ ଭାଙ୍ଗିଛି ୬୪ ବର୍ଷ ପୁରୁଣା ରେକର୍ଡ। ଏପାର୍ଯ୍ୟନ୍ତ ବିଶ୍ୱକପରେ ଖେଳାଯାଇଥିବା ମ୍ୟାଚ ମଧ୍ୟରୁ କୌଣସିଟି ବି ଗୋଲଶୂନ୍ୟ ରହିନାହିଁ। ପ୍ରତ୍ୟେକ ମ୍ୟାଚରେ ହୋଇଛି ଗୋଲ। ଏପଯ୍ୟନ୍ତ ଡ୍ର ହେଉଥିବା ମ୍ୟାଚ ଗୋଲଶୂନ୍ୟ ରହିନାହିଁ। ପୂର୍ବରୁ ୧୯୫୪ରେ ସ୍ୱିଜରଲାଣ୍ଡ ଫିଫା ବିଶ୍ୱକପରେ ସର୍ବାଧିକ ୨୬ ଟି ମ୍ୟାଚ ବିନା ଗୋଲ ଶୂନ୍ୟରେ ଖେଳାଯାଇଥିଲା। ବେଲଜିୟମ ଓ ଟ୍ୟୁନିସିଆ ମ୍ୟାଚ ଚାଲଥିବା ବେଳେ ଇଡେନ ହାଜାର୍ଡଙ୍କ ଏହି ଗୋଲ ପରେ ଭାଙ୍ଗିଯାଇଥିଲା ଏହି ୬୪ ବର୍ଷ ପୂରୁଣା ରେକର୍ଡ। 

ତେବେ ଚଳିତ ବର୍ଷ ଫିଫାରେ ପ୍ରତ୍ୟେକ ମ୍ୟାଚ ଗୋଲ ଶୂନ୍ୟ ରହିବାର ଦୁଇଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଉଛି ଟିମ୍ ମାନଙ୍କର ଖେଳିବା ଶୈଳିରେ ପରିବର୍ତ୍ତନ ଓ ନୂଆ କରି ବ୍ୟବହୃତ ହେଉଥିବା ଭିଡିଓ ଆସିଷ୍ଟାଣ୍ଟ ରେଫରୀ। ପୁରୁଣା ଖେଳ ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି ବଭିନ୍ନ ଦଳର ମ୍ୟାନେଜରମାନେ।

ବଦଳିଛି ଆଗରୁ ଚାଲିଆସୁଥିବା ୪-୪-୨ ଫର୍ମୁଲାରେ ଗେମପ୍ଲାନ। ଏବେ ପ୍ରତ୍ୟେକ ମ୍ୟାଚେରେ ଦେଖିବାକୁ ମିଳୁଛି ଆକ୍ରମଣାତ୍ମକ ୩-୫-୨ ଫରମେସନରେ ଖେଳ। ଏଥିପାଇଁ ଗୋଲ କରିବାର ମିଳୁଛି ଅନେକ ସୁଯୋଗ। ଏଥିସହିତ ଗୋଲଲାଇନ ଟେକ୍ନୋଲଜି ଓ ଭିଡିଓ ଆସିଷ୍ଟାଣ୍ଟ ରେଫରୀ ସହାୟତାରେ ଅନେକ ଥର ଫାଇଦା ମିଳୁଛି ବିଭିନ୍ନ ଦଳକୁ।  ତେବେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୨୯ ମ୍ୟାଚରେ ୭୧ ଟି ଗୋଲ ହୋଇସାରିଲାଣି। ହେଲେ ଏହି ଧାରା ଆଗକୁ ଜାରି ରହୁଛି କି ନାହିଁ ତାହା ଦେଖିବାର ଅଛି।

Related story