ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତା: କର୍ଣ୍ଣାଟକ ପୁଲିସର ବୃହତ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୮ତମ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ୫ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚ୍ ଚଣ୍ଡିଗଡ଼ ପୁଲିସ୍ ଓ ପଶ୍ଚିମବଙ୍ଗ ପୁଲିସ୍ ମଧ୍ୟରେ ଖେଳାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ପୁଲିସ୍ ୫-୧ ଗୋଲରେ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ କର୍ଣ୍ଣାଟକ ପୁଲିସ୍ ଓ ରେଳ ସୁରକ୍ଷା ବଳ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ କର୍ଣ୍ଣାଟକ ରେଳ ସୁରକ୍ଷା ବଳ ୧୧-୨ର ବୃହତ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଛି। ତୃତୀୟ […]

hockey1

hockey1

Ranjit Kumar Jena
  • Published: Tuesday, 17 December 2019
  • Updated: 17 December 2019, 09:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୮ତମ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ୫ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚ୍ ଚଣ୍ଡିଗଡ଼ ପୁଲିସ୍ ଓ ପଶ୍ଚିମବଙ୍ଗ ପୁଲିସ୍ ମଧ୍ୟରେ ଖେଳାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ପୁଲିସ୍ ୫-୧ ଗୋଲରେ ବିଜୟୀ ହୋଇଛି।

ଦ୍ୱିତୀୟ ମ୍ୟାଚ୍ କର୍ଣ୍ଣାଟକ ପୁଲିସ୍ ଓ ରେଳ ସୁରକ୍ଷା ବଳ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ କର୍ଣ୍ଣାଟକ ରେଳ ସୁରକ୍ଷା ବଳ ୧୧-୨ର ବୃହତ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଛି। ତୃତୀୟ ମୁକାବିଲା ବିହାର ପୁଲିସ୍ ଓ ହରିୟାଣା ପୁଲିସ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହରିୟାଣା ପୁଲିସ୍ ୩-୨ ଗୋଲରେ ବିଜୟ ଲାଭ କରିଥିଲା। ଚତୁର୍ଥ ମ୍ୟାଚ୍ ତ୍ରିପୁରା ପୁଲିସ୍ ଓ ତେଲେଙ୍ଗନା ପୁଲିସ୍ ମଧ୍ୟରେ ଖେଳାଯାଇଥିଲା। ଏଥିରେ ତ୍ରିପୁରା ପୁଲିସ୍ ୫-୨ ଗୋଲରେ ବିଜୟୀ ହୋଇଥିଲା।

ଦିବସର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ରାଜସ୍ଥାନ ପୁଲିସ୍ ଓ ଉତ୍ତର ପ୍ରଦେଶ ପୁଲିସ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଉତ୍ତର ପ୍ରଦେଶ ପୁଲିସ୍ ୬-୧ ଗୋଲରେ ବିଜୟୀ ହୋଇଥିଲା। ଦିଗବିଜୟ ନାୟକ ପ୍ରତିଯୋଗିତାର ନିର୍ଦ୍ଦେଶକ ନିର୍ବାହ କରିଥିଲେ। ଆସନ୍ତାକାଲି ଅର୍ଥାତ୍ ତୃତୀୟ ଦିବସରେ ୪ଟି ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos