ନୂଆଦିଲ୍ଲୀ: ବିସିସିଆଇ ସଂପାଦକ ଅନୁରାଗ ଠାକୁର ଓ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା ବୁଧବାର ୬ଟି ଯାକ ଆଇପିଏଲ ଫ୍ରାଞ୍ଚାଇଜର ପ୍ରତିନିଧିମାନଙ୍କୁ ଭେଟିଥିଲେ। ୨୦୧୬ ଓ ୨୦୧୭ରେ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ ପାଇଁ ଖେଳାଳି ନୀଲାମ ପ୍ରକ୍ରିୟା ସଂପର୍କିତ ନିୟମଗୁଡ଼ିକ ସଂପର୍କରେ ଅବଗତ କରାଇବା ପାଇଁ ଏହି ବୈଠକ ଡକାଇଥିଲେ ଅନୁରାଗ ଓ ରାଜୀବ। ଏଥିରେ ଆଇପିଏଲ୍ ଫ୍ରାଞ୍ଚାଇଜମାନଙ୍କୁ କୁହାଯାଇଥିଲା ଯେ ୨୦୧୬ ଓ ୨୦୧୭ରେ ପୂର୍ବଭଳି ୮ଟି ଦଳ ଭାଗ ନେବେ। ଦୁଇଟି ନୂଆ ଟିମ୍ ପାଇଁ ନଭେମ୍ବର ୯ ତାରିଖରେ ବିସିସିଆଇର ଏଜିଏମ୍ ବୈଠକ ପରେ ନିଲାମୀ ଆରମ୍ଭ କରାଯିବ। ସେହିପରି ଆସନ୍ତା ଦୁଇ ବର୍ଷ ପାଇଁ ଆଇପିଏଲ୍ ପାଇଁ ବିସିସିଆଇ ୱାର୍କିଂ କମିଟି ଦେଇଥିବା ପ୍ରସ୍ତାବଗୁଡ଼ିକ ସଂପର୍କରେ ମଧ୍ୟ ୬ଟି ଯାକ ଆଇପିଏଲ୍ ଫ୍ରାଞ୍ଚାଇଜର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା।