ଆହତ କାରଣରୁ ଅଷ୍ଟ୍ରେଲିଆ ଗସ୍ତରୁ ମହମ୍ମଦ ସାମୀ ବାଦ

ମୁମ୍ବାଇ: ଆହତ କାରଣରୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଛନ୍ତି ଭାରତର ଫାଷ୍ଟ ବୋଲର ମହମ୍ମଦ ସାମୀ। ଶନିବାର ମେଡିକାଲ ଟିମ୍ ପକ୍ଷରୁ ତାଙ୍କ ବାମ ଜଙ୍ଘର ପରୀକ୍ଷା କରାଯାଇ ସେ ଆହତ ଥିବା ଓ ଆସନ୍ତା ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ ବୋଲି ରିପୋର୍ଟ ଦିଆଯାଇଥିଲା। ତାଙ୍କର ଜଙ୍ଘରେ ହୋଇଥିବା ଆଘାତ ଗ୍ରେଡ-୨ ସ୍ତରର ହୋଇଥିବାରୁ କିଛିଦିନ ପାଇଁ ତାଙ୍କୁ କ୍ରିକେଟ ଖେଳିବାକୁ ବାରଣ କରାଯାଇଛି। ଏହି ରିପୋର୍ଟ ମିଳିବା ପରେ ବିସିସିଆଇ […]

sammi

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 11:49 AM IST

ମୁମ୍ବାଇ: ଆହତ କାରଣରୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଛନ୍ତି ଭାରତର ଫାଷ୍ଟ ବୋଲର ମହମ୍ମଦ ସାମୀ। ଶନିବାର ମେଡିକାଲ ଟିମ୍ ପକ୍ଷରୁ ତାଙ୍କ ବାମ ଜଙ୍ଘର ପରୀକ୍ଷା କରାଯାଇ ସେ ଆହତ ଥିବା ଓ ଆସନ୍ତା ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ ବୋଲି ରିପୋର୍ଟ ଦିଆଯାଇଥିଲା। ତାଙ୍କର ଜଙ୍ଘରେ ହୋଇଥିବା ଆଘାତ ଗ୍ରେଡ-୨ ସ୍ତରର ହୋଇଥିବାରୁ କିଛିଦିନ ପାଇଁ ତାଙ୍କୁ କ୍ରିକେଟ ଖେଳିବାକୁ ବାରଣ କରାଯାଇଛି। ଏହି ରିପୋର୍ଟ ମିଳିବା ପରେ ବିସିସିଆଇ ପକ୍ଷରୁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ଦଳରେ ସାମିଲ କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱର କୁମାର ଟିମ ସହ ଯୋଗଦେବେ।

Related story