ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଫର୍ମକୁ ଫେରିବା ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡିଭିଲିୟର୍ସ ପୁଣି ଥରେ ତାଙ୍କ ବିସ୍ଫୋରକ ପାଳି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏକ ଘରୋଇ ଟୁର୍ଣ୍ଣମେଣ୍ଟରେ ଡିଭିଲିୟର୍ସ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଖେଳାଳି ଫର୍ମରେ ରହିବା ଦକ୍ଷିଣ ଆଫ୍ରିକା ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଦକ୍ଷିଣ ଆଫ୍ରିକା ସହ ଏକ ଲମ୍ବା ସିରିଜ ଖେଳିବାକୁ ଯିବ। ଡିଭିଲିୟର୍ସ ଯଦି ଏଭଳି ଫର୍ମରେ ରହିବେ […]

178147-ab-di-villiers-record

Rakesh Mallick
  • Published: Tuesday, 14 November 2017
  • , Updated: 14 November 2017, 08:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡିଭିଲିୟର୍ସ ପୁଣି ଥରେ ତାଙ୍କ ବିସ୍ଫୋରକ ପାଳି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏକ ଘରୋଇ ଟୁର୍ଣ୍ଣମେଣ୍ଟରେ ଡିଭିଲିୟର୍ସ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଖେଳାଳି ଫର୍ମରେ ରହିବା ଦକ୍ଷିଣ ଆଫ୍ରିକା ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଦକ୍ଷିଣ ଆଫ୍ରିକା ସହ ଏକ ଲମ୍ବା ସିରିଜ ଖେଳିବାକୁ ଯିବ। ଡିଭିଲିୟର୍ସ ଯଦି ଏଭଳି ଫର୍ମରେ ରହିବେ ତେବେ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ହେବ।

ଘରୋଇ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଡିଭିଲିୟର୍ସ ଏକ ତୁଫାନୀ ପାଳି ଖେଳିଛନ୍ତି। ଏହି ପାରିରେ ସେ ୫ଟି ଛକା ଓ ୩ଟି ଚୌକା ମାରିଥିଲେ। ଡିଭିଲିୟର୍ସଙ୍କ ଟି-ଟ୍ୱେଣ୍ଟି କ୍ୟାରିୟରରେ ଏହା ହେଉଛି ସବୁଠୁ ଦୃତ ଅର୍ଦ୍ଧଶତକ। ଏହାପୂର୍ବରୁ ୨ଥର ୨୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।  ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଓ ୨୦୧୨ରେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେ ୨୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସହ ଏଲବି ମୋର୍କେଲ ମଧ୍ୟ ଜବରଦସ୍ତ ଫର୍ମରେ ଥିବା ଦେଖିବାକୁ ମିଲିଛି। ସେ ୧୬ ବଲରେ ୪୧ ରନ କରିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ: ଭାରତକୁ ମିଳୁନି ୪ ନମ୍ବର ବ୍ୟାଟ୍ସମ୍ୟାନ୍‌: ଏହି ଦୁଇ ଖେଳାଳିଙ୍କ ନା ସୁପାରିସ କଲେ ଗାଭାସ୍କର

Related story