ବିସିସିଆଇ ମହିଳା ୟୁ-୧୯ ଚାମ୍ପିଅନସିପ୍: ପୂର୍ବାଞ୍ଚଳରୁ ଓଡ଼ିଶା ଓ ବେଙ୍ଗଲ୍

ଧାନବାଦ: ବିସିସିଆଇ ୟୁ-୧୯ ମହିଳା କ୍ରିକେଟ ଚାମ୍ପିଅନସିପ୍ ଫାଇନାଲ ରାଉଣ୍ଡରେ ପୂର୍ବାଞ୍ଚଳରୁ ଓଡ଼ିଶା ଓ ବେଙ୍ଗଲ ସ୍ଥାନ ପାଇଛନ୍ତି। ଧାନବାଦରେ ଉଦଯାପିତ ଜୋନାଲ ସ୍ତରୀୟ ଲିଗ ମ୍ୟାଚରେ ଓଡ଼ିଶା ୧୪ ପଏଣ୍ଟ ପାଇ ଶୀର୍ଷରେ ଥିବା ବେଳେ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ବେଙ୍ଗଲ।ଅନ୍ୟପକ୍ଷରେ ଝାରଖଣ୍ଡ ଦୁଇଟି ମ୍ୟାଚ ଜିତି ୧୦ ପଏଣ୍ଟ ପାଇଥିଲେ ମଧ୍ୟ ନିମ୍ନ ରନରେଟ୍ ଯୋଗୁଁ ବିସିସିଆଇ ୟୁ-୧୯ ମହିଳା କ୍ରିକେଟ ଚାମ୍ପିଅନସିପ ଫାଇନାଲ ରାଉଣ୍ଡରେ ସ୍ଥାନ ପାଇ ନାହିଁ। ସୂଚନାଯୋଗ୍ୟ, […]

cricket_6

Rakesh Mallick
  • Published: Monday, 28 September 2015
  • , Updated: 29 September 2015, 02:50 AM IST

ଧାନବାଦ: ବିସିସିଆଇ ୟୁ-୧୯ ମହିଳା କ୍ରିକେଟ ଚାମ୍ପିଅନସିପ୍ ଫାଇନାଲ ରାଉଣ୍ଡରେ ପୂର୍ବାଞ୍ଚଳରୁ ଓଡ଼ିଶା ଓ ବେଙ୍ଗଲ ସ୍ଥାନ ପାଇଛନ୍ତି। ଧାନବାଦରେ ଉଦଯାପିତ ଜୋନାଲ ସ୍ତରୀୟ ଲିଗ ମ୍ୟାଚରେ ଓଡ଼ିଶା ୧୪ ପଏଣ୍ଟ ପାଇ ଶୀର୍ଷରେ ଥିବା ବେଳେ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ବେଙ୍ଗଲ।ଅନ୍ୟପକ୍ଷରେ ଝାରଖଣ୍ଡ ଦୁଇଟି ମ୍ୟାଚ ଜିତି ୧୦ ପଏଣ୍ଟ ପାଇଥିଲେ ମଧ୍ୟ ନିମ୍ନ ରନରେଟ୍ ଯୋଗୁଁ ବିସିସିଆଇ ୟୁ-୧୯ ମହିଳା କ୍ରିକେଟ ଚାମ୍ପିଅନସିପ ଫାଇନାଲ ରାଉଣ୍ଡରେ ସ୍ଥାନ ପାଇ ନାହିଁ। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ତ୍ରିପୁରାକୁ ୬ ୱିକେଟରେ ଝାରଖଣ୍ଡ ପରାସ୍ତ କରିଥିବା ବେଳେ ଆସାମକୁ ୭୨ ରନରେ ପରାସ୍ତ କରିଛି ବେଙ୍ଗଲ। ତେବେ ଉଭୟ ବେଙ୍ଗଲ ଓ ଝାରଖଣ୍ଡକୁ ପରାସ୍ତ କରିଛି ଓଡ଼ିଶା।

Related story