କରାଚି: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ-ହକ୍ ୨ ବର୍ଷ ପାଇଁ ଆଫଗାନସ୍ତାନ କ୍ରିକେଟ ଦଳର କୋଚ୍ ଭାବେ ଦାୟିତ୍ୱ ନେବେ। ଆଫଗାନିସ୍ତନାର ପୂର୍ବତନ କୋଚ୍ କବୀର ଖାନ୍ (ପାକିସ୍ତାନର ଜାତୀୟ ଚୟନକର୍ତ୍ତା) କହିଛନ୍ତି ଯେ, ଦଳର ଦାୟିତ୍ୱ ନେବାକୁ ଇଞ୍ଜାମାମ୍ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସହ ଚୁକ୍ତିବଦ୍ଧ ହୋଇଛନ୍ତି। ଆଫଗାନିସ୍ତାନ ଦଳର କୋଚ ଭାର ନେବା ସମ୍ପର୍କରେ ସେ ଇଞ୍ଜାମାମଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହାପରେ ସେ ଦଳର ଭାର ନେବାକୁ ଚୁକ୍ତିଭୁକ୍ତ ହୋଇଥିଲେ ବୋଲି କହିଛନ୍ତି ଆଫଗାନସ୍ତନାର ପୂର୍ବତନ କୋଚ୍ କବୀର ଖାନ୍। ସୂଚନାଯୋଗ୍ୟ ଇଞ୍ଜାମାମ୍ ଏବେ ବ୍ୟାଟିଂ କୋଚ ଭାବେ ଜିମ୍ବାୱେ ଦଳରେ କାର୍ଯ୍ୟ କରୁଛନ୍ତି। ସେ ପାକିସ୍ତାନ ପକ୍ଷରୁ ୧୨୦ ଟେଷ୍ଟ, ୩୮୮ଟି ଦିନିକିଆ ଖେଳି ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି।