ଆଫ୍‌ଗାନିସ୍ତାନ ମ୍ୟାଚ୍ ହାରିଲା, ହୃଦୟ ଜିତିଲା

ଆବୁଧାବି: ଏସିଆ କପ୍‌ର ସୁପର୍-୪ରେ ଗତକାଲି ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ପାକିସ୍ତାନ୍‌ ଆଫ୍‌ଗାନିସ୍ତାନକୁ ୩ ୱିକେଟ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫ୍‌ଗାନିସ୍ତାନ୍ ପୂରା ୫୦ ଓଭର ଖେଳିଥିଲା। ଦଳ ୬ ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଦୁଇଟି ୱିକେଟ୍ ମାତ୍ର ୩୧ ରନ୍‌ରେ ପଡ଼ି ଯାଇଥିଲା। ତେବେ ହଶମତୁଲ୍ଲା ଶାହିଦି ଦୁଇଟି ଭଲ ଭାଗିଦାରୀ ଖେଳି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ସେ ରହମାତ୍ ଶାହଙ୍କ […]

afghanistan

Jitendra Garnayak
  • Published: Saturday, 22 September 2018
  • , Updated: 22 September 2018, 03:11 AM IST

ଆବୁଧାବି: ଏସିଆ କପ୍‌ର ସୁପର୍-୪ରେ ଗତକାଲି ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ପାକିସ୍ତାନ୍‌ ଆଫ୍‌ଗାନିସ୍ତାନକୁ ୩ ୱିକେଟ୍‌ରେ ପରାସ୍ତ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫ୍‌ଗାନିସ୍ତାନ୍ ପୂରା ୫୦ ଓଭର ଖେଳିଥିଲା। ଦଳ ୬ ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଦୁଇଟି ୱିକେଟ୍ ମାତ୍ର ୩୧ ରନ୍‌ରେ ପଡ଼ି ଯାଇଥିଲା। ତେବେ ହଶମତୁଲ୍ଲା ଶାହିଦି ଦୁଇଟି ଭଲ ଭାଗିଦାରୀ ଖେଳି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ସେ ରହମାତ୍ ଶାହଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୩ ରନ୍ କରିଥିବା ବେଳେ ଚତୁର୍ଥ ୱିକେଟ୍‌ରେ ଅଧିନାୟକ ଅସଗର ଆଫ୍‌ଗାନ୍‌ଙ୍କ ସହ ମିଶି ୯୪ ରନ୍ ଯୋଡ଼ି ଥିଲେ।

ହଶମତୁଲ୍ଲା ଶାହିଦି ଅପରାଜିତ ରହି ସର୍ବାଧିକ ୯୭ ରନ୍ କରିଥିଲା। ଅଧିନାୟକ ଅସଗର ଆଫ୍‌ଗାନ୍ ୬୭ ରନ୍ କରିଥିଲେ। ରହମାତ୍ ଶାହ ୩୬ ରନ୍ କରିଥିଲେ।

[caption id="attachment_278621" align="aligncenter" width="750"] image credit- The Indian Express[/caption]

ପାକିସ୍ତାନ ଏହି ମ୍ୟାଚ୍ ଜିତି ଥିଲା ସତ, କିନ୍ତୁ ଏତେ ସହଜରେ ନୁହେଁ। ହାତରେ ୩ଟି ୱିକେଟ୍ ଥାଇ ନିର୍ଦ୍ଧାରିତ ଓଭରରୁ ମାତ୍ର ୩ଟି ବଲ୍ ଥାଇ ଦଳ ବିଜୟୀ ହୋଇଥିଲା।

ପାକିସ୍ତାନର ଓପନର୍ ଫଖର ଜମନ୍ ଶୂନରେ ଆଉଟ୍ ହୋଇଥିଲେ। ତେବେ ଇମାମ୍ ଉଲ୍ ହକ୍ ଓ ବାବର ଆଜମଙ୍କ ମଧ୍ୟରେ ବଡ଼ ଭାଗିଦାରୀ ହୋଇଥିଲା। ଇମାମ୍ ଉଲ୍ ହକ୍ ସର୍ବାଧିକ ୮୦ ରନ୍ କରିଥିବା ବେଳେ ବାବର ୬୬ ରନ୍ କରିଥିଲେ। ମ୍ୟାଚ୍‌ର ଶେଷ ଭାଗରେ ପାକିସ୍ତାନ ଟିକେ ଅଡୁଆରେ ପଡ଼ିଥିଲା। ଅଧିନାୟକ ସରଫ୍ରାଜ୍ ଅହମଦ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଅସଫ ଅଲି ୭ ଓ ମହମ୍ମଦ ନୱାଜ୍ ୧୦ ରନ୍ କରି ଆଉଟ୍ ହୋଇଥିଲେ। ତେବେ ସୋଏବ ମଲ୍ଲିକ ସ୍ଥିତିକୁ ସମ୍ଭାଳି ନେଇଥିଲେ। ସେ ୫୧ ରନ୍ କରି ଅପରାଜିତ ରହିଥିଲେ। ହସନ ଅଲି ଅପରାଜିତ ୬ ରନ୍ କରିଥିଲେ।

ଏହା ପୂର୍ବରୁ ବାଂଲାଦେଶକୁ ୧୩୬ ରନ୍‌ରେ ଆଫ୍‌ଗାନିସ୍ତାନ ହରାଇଥିଲା। ସେହିପରି ଦଳ ଏଥର ଏସିଆ କପ୍‌ରେ ଶ୍ରୀଲଙ୍କାକୁ ମଧ୍ୟ ହରାଇଥିଲା।

Related story