ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ଅଷ୍ଟ୍ରେଲିଆ ଟିମରେ ୱାର୍ଣ୍ଣର ଓ ସ୍ମିଥ୍

ବ୍ରିଷ୍ଟଲ: ଚଳିତ ଆଇସିସି ବିଶ୍ୱକପର ଚତୁର୍ଥ ମ୍ୟାଚରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିଛନ୍ତି। ଏହି ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ୍ ନାଏବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନ ଟିମର ପୂର୍ବତନ ଅଧିନାୟକ ଅଶଘର ଆଫଗାନ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥ୍ ସ୍ଥାନ ପାଇଛନ୍ତି। ଦୁହେଁ ବର୍ଷକର ବାସନ୍ଦାଦେଶ କାଟିବା ପରେ ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଓହ୍ଲାଇଛନ୍ତି। ୱାର୍ଣ୍ଣର […]

wc-4

Hemant Lenka
  • Published: Saturday, 01 June 2019
  • , Updated: 01 June 2019, 06:16 PM IST

ବ୍ରିଷ୍ଟଲ: ଚଳିତ ଆଇସିସି ବିଶ୍ୱକପର ଚତୁର୍ଥ ମ୍ୟାଚରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିଛନ୍ତି। ଏହି ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ୍ ନାଏବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନ ଟିମର ପୂର୍ବତନ ଅଧିନାୟକ ଅଶଘର ଆଫଗାନ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥ୍ ସ୍ଥାନ ପାଇଛନ୍ତି। ଦୁହେଁ ବର୍ଷକର ବାସନ୍ଦାଦେଶ କାଟିବା ପରେ ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଓହ୍ଲାଇଛନ୍ତି। ୱାର୍ଣ୍ଣର ଅଧିନାୟକ ଆରୋନ୍ ଫିଞ୍ଚଙ୍କ ସହ ଓପନ୍ କରିବେ। ତୃତୀୟ ସ୍ଥାନରେ ଉସମାନ୍ ଖୱାଜା ବ୍ୟାଟିଂ କରିବାକୁ ଆସିବେ। ସ୍ମିଥ୍ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ। ଟିମର ବୋଲିଂ ଲାଇନଅପରେ ଅଛନ୍ତି ମିଚେଲ୍ ଷ୍ଟାର୍କ, ନେଥନ କୁଲ୍ଟର-ନାଇଲ୍, ପ୍ୟାଟ୍ କମିନ୍ସ ଓ ଆଡାମ ଜାମ୍ପା।

ଆଫଗାନିସ୍ତାନ ଏଦାକଶ: ମହମ୍ମଦ ଶେହଜାଦ୍, ହାଜରତୁଲ୍ଲା ଜାଜାଇ, ରେହମତ୍ ଶାହ, ହଶମତୁଲ୍ଲା ଶାହିଦି, ନାଜିବୁଲ୍ଲା ଜର୍ଦ୍ଦାନ, ମହମ୍ମଦ ନବି, ଗୁଲବଦିନ୍ ନାଏବ (ଅଧିନାୟକ), ରଶିଦ୍ ଖାନ୍, ଦାଓଲତ୍ ଜର୍ଦ୍ଦାନ, ମୁଜୀବ-ଉର-ରେହମାନ୍, ହମିଦ୍ ହାସାନ୍

ଅଷ୍ଟ୍ରେଲିଆ ଏକାଦଶ: ଆରୋନ୍ ଫିଞ୍ଚ୍ (ଅଧିନାୟକ), ଡେଭିଡ୍ ୱାର୍ଣ୍ଣର୍, ଉସମାନ୍ ଖୱାଜା, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ୍ ଷ୍ଟୋଇନିସ୍, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ, ନେଥନ କୁଲ୍ଟର-ନାଇଲ୍, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା

Related story