୪୪ ବର୍ଷ ପରେ ରଣଜୀ ଫାଇନାଲ୍‌ରେ ପୁଣି ତିଆରି ହେଲା ଏହି ରେକର୍ଡ

ନୂଆଦିଲ୍ଲୀ: ସେମିଫାଇନାଲ୍‌ରେ ବିଦର୍ଭକୁ ଜିତାଇ ହିରୋ ପାଲଟିଥିବା ରଜନୀଶ ଗୁରବାନୀ ରଣଜୀ ଫାଇନାଲ୍‌ ମ୍ୟାଚ୍‌ରେ ମଧ୍ୟ କମାଲ କରିଛନ୍ତି। ଦିଲ୍ଲୀ ବିପକ୍ଷରେ ଇନ୍ଦୋରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଆଜି ସେ ହ୍ୟାଟ୍ରିକ୍ ୱିକେଟ୍ ହାସଲ କରିଛନ୍ତି। ଏହି ହ୍ୟାଟ୍ରକ୍‌ ବଳରେ ଦିଲ୍ଲୀ ଟିମ୍‌ର ପ୍ରଥମ ଇନିଂସ ୨୯୫ ରନ୍‌ରେ ଶେଷ ହୋଇଯାଇଛି। ରଜନୀଶ ଗୁରବାନୀଙ୍କ ଏହି ହ୍ୟାଟ୍ରିକ୍ ହେଉଛି ରଣଜୀ ଇତିହାସରେ ୭୬ତମ ହ୍ୟାଟ୍ରିକ୍‌। କିନ୍ତୁ ରଣଜୀ ଫାଇନାଲ୍ ମ୍ୟାଚ୍ ଇତିହାସରେ ଏହା […]

Rajneesh

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 12:00 PM IST

ନୂଆଦିଲ୍ଲୀ: ସେମିଫାଇନାଲ୍‌ରେ ବିଦର୍ଭକୁ ଜିତାଇ ହିରୋ ପାଲଟିଥିବା ରଜନୀଶ ଗୁରବାନୀ ରଣଜୀ ଫାଇନାଲ୍‌ ମ୍ୟାଚ୍‌ରେ ମଧ୍ୟ କମାଲ କରିଛନ୍ତି। ଦିଲ୍ଲୀ ବିପକ୍ଷରେ ଇନ୍ଦୋରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଆଜି ସେ ହ୍ୟାଟ୍ରିକ୍ ୱିକେଟ୍ ହାସଲ କରିଛନ୍ତି। ଏହି ହ୍ୟାଟ୍ରକ୍‌ ବଳରେ ଦିଲ୍ଲୀ ଟିମ୍‌ର ପ୍ରଥମ ଇନିଂସ ୨୯୫ ରନ୍‌ରେ ଶେଷ ହୋଇଯାଇଛି।

ରଜନୀଶ ଗୁରବାନୀଙ୍କ ଏହି ହ୍ୟାଟ୍ରିକ୍ ହେଉଛି ରଣଜୀ ଇତିହାସରେ ୭୬ତମ ହ୍ୟାଟ୍ରିକ୍‌। କିନ୍ତୁ ରଣଜୀ ଫାଇନାଲ୍ ମ୍ୟାଚ୍ ଇତିହାସରେ ଏହା ଦ୍ୱିତୀୟ ହ୍ୟାଟ୍ରିକ୍। ଏହା ପୂର୍ବରୁ ୧୯୭୩ରେ ଗୁଜରାଟର ବି. କଲ୍ୟାଣ ସୁନ୍ଦରମ ମୁମ୍ବାଇ ବିପକ୍ଷରେ ରଣଜୀ ଫାଇନାଲ୍‌ରେ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ। ସଂଯୋଗର କଥା ହେଉଛି ରଜନୀଶ ଗୁରବାନୀଙ୍କ ଭଳି ସେ ମଧ୍ୟ ରାଇଟ୍ ଆର୍ମ ମିଡିୟମ ପେସର।

ଗୁରବାନୀଙ୍କ ଏହି ହ୍ୟାଟ୍ରିକ୍‌ର ଖାସ୍‌ କଥା ହେଉଛି ଯେ ସେ ଗୋଟିଏ ଓଭରରେ ଏହି ରେକର୍ଡ ହାସଲ କରି ନାହାନ୍ତି। ଦୁଇଟି ଓଭରରେ ସେ ଏହି ହ୍ୟାଟ୍ରିକ୍ ହାସଲ କରିଛନ୍ତି। ୧୦୧ତମ ଓଭରର ପଞ୍ଚମ ଓ ଷଷ୍ଠ ବଲ୍‌ରେ ଦୁଇଟି ୱିକେଟ୍ ନେଇଥିଲେ। ପରେ ୧୦୩ ଓଭରର ପ୍ରଥମ ବଲ୍‌ରେ ଆଉ ଗୋଟିଏ ୱିକେଟ୍ ନେଇଥିଲେ।

ଚଳିତ ରଣଜୀ ସିଜିନ୍‌ର ଏହା ହେଉଛି ଦ୍ୱିତୀୟ ହ୍ୟାଟ୍ରିକ୍‌। ଏହା ପୂର୍ବରୁ କର୍ଣ୍ଣାଟକର ଦ୍ରୁତ ବୋଲର ବିନୟ କୁମାର କ୍ୱାର୍ଟର ଫାଇନାଲ୍‌ରେ ମୁମ୍ବାଇ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ। ମଜାର କଥା ହେଉଛି ସେ ବି ଦୁଇଟି ଓଭରରେ ହ୍ୟାଟ୍ରିକ୍ ହାସଲ କରିଥିଲେ।

 

 

Related story