ବିଡବ୍ଲ୍ୟୁଏଫ୍ ବିଶ୍ୱ ମାନ୍ୟତା: ସ୍ଥାନ ବଜାୟ ରଖିଲେ ସାଇନା ଓ ସିନ୍ଧୁ, ଶ୍ରୀକାନ୍ତ ଖସିଲେ

ନୂଆଦିଲ୍ଲୀ: ମକାଉ ଓପନରେ ଲଗାତାର ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଥିଲେ ମଧ୍ୟ ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ୍ ବିଶ୍ୱ ମାନ୍ୟତାର ୧୨ତମ ସ୍ଥାନରେ ସ୍ଥିର ରହିଛନ୍ତି। ମାନ୍ୟତା ତାଲିକାର ଉପରକୁ ଉଠି ନାହାନ୍ତି। ସେହିପରି ଚୀନ ଓପନ ଫାଇନାଲରେ ପରାଜିତ ହେବା ପରେ ମଧ୍ୟ ସାଇନା ନେହୱାଲ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଗୁରୁବାର ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ମାନ୍ୟତା ତାଲିକାରୁ ଏହା ଜଣାପଡ଼ିଛି। ଅନ୍ୟପକ୍ଷରେ ମାନ୍ୟତାର ନିମ୍ନଗାମୀ ହୋଇଛନ୍ତି କେ […]

saina and pv sidhu

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 04:26 PM IST

ନୂଆଦିଲ୍ଲୀ: ମକାଉ ଓପନରେ ଲଗାତାର ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଥିଲେ ମଧ୍ୟ ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ୍ ବିଶ୍ୱ ମାନ୍ୟତାର ୧୨ତମ ସ୍ଥାନରେ ସ୍ଥିର ରହିଛନ୍ତି। ମାନ୍ୟତା ତାଲିକାର ଉପରକୁ ଉଠି ନାହାନ୍ତି। ସେହିପରି ଚୀନ ଓପନ ଫାଇନାଲରେ ପରାଜିତ ହେବା ପରେ ମଧ୍ୟ ସାଇନା ନେହୱାଲ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଗୁରୁବାର ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ମାନ୍ୟତା ତାଲିକାରୁ ଏହା ଜଣାପଡ଼ିଛି।

ଅନ୍ୟପକ୍ଷରେ ମାନ୍ୟତାର ନିମ୍ନଗାମୀ ହୋଇଛନ୍ତି କେ ଶ୍ରୀକାନ୍ତ। ସେ ଏବେ ବିଶ୍ୱ ମାନ୍ୟତାର ନବମ ସ୍ଥାନରେ ରହିଛନ୍ତି। ଏହାସହ ଅଜୟ ଜୟରାମ ଦୁଇଟି ସ୍ଥାନ ଉପରକୁ ଉଠି ବିଶ୍ୱ ମାନ୍ୟତାର ୨୩ତମ ସ୍ଥାନରେ, ଏଚ ଏସ ପ୍ରଣୟ ୨୦ତମ ସ୍ଥାନ ଓ ପାରୁପଲ୍ଲୀ କାଶ୍ୟପ ୧୪ ତମ ସ୍ଥାନ ପହଞ୍ଚିଛନ୍ତି।

ମହିଳା ଯୁଗଳ ବର୍ଗରେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ଚାମ୍ପିଅନ ଜ୍ୱାଲା ଗୁଟା ଓ ଅଶ୍ୱିନ୍ ପୋନାପ୍ପା ତଳକୁ ଖସି ୧୩ ନମ୍ବରରେ ରହିଛନ୍ତି।

Related story