ଇଣ୍ଡିଆ-ଜିମ୍ୱାୱେ ପ୍ରଥମ ଦିନିକିଆ:ଟସ୍ ଜିତି ଜିମ୍ୱାୱେର ଫିଲଡିଂ ନିଷ୍ପତ୍ତି

ଜିମ୍ୱାୱେ: ହରାରରେ ଭାରତ-ଜିମ୍ୱାୱେ ପ୍ରଥମ ଦିନିକିଆ ଖେଳାଯାଉଛି। ଟସ୍ ଜିତି ଜିମ୍ୱାୱେ ପ୍ରଥମେ ଫିଲଡିଂ କରୁଛି। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଛି ଭାରତ। ତା’ସହ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିଛି ଦୀର୍ଘ ଦିନ ପରେ ଟିମକୁ ଫେରିଥିବା ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂଙ୍କ ଉପରେ। ସେହିପରି ମନୀଷ ପାଣ୍ଡେ, ମନୋଜ ତିୱାରୀ, ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନିଙ୍କ ଭଳି ଖେଳାଳି  ଭଲ ପ୍ରଦର୍ଶନ କରି ଦଳରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।