ଆଜିଙ୍କ୍ୟ ରାହାଣେଙ୍କ ବାପା ଗିରଫ

ନୂଆଦିଲ୍ଲୀ: ଅଡ଼ୁଆରେ ପଡ଼ି ଯାଇଛନ୍ତି କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କ ବାପା ମଧୁକର ବାବୁରାଓ ରାହାଣେ। ଆଜି ତାଙ୍କ କାର୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ନିଜେ କାର୍ ଚଳାଉଥିଲେ। କୋହ୍ଲାପୁର ପୋଲିସ୍ ତାଙ୍କୁ ଗିରଫ କରିଛି। ରାହାଣେଙ୍କ ବାପା ତାଙ୍କ ପରିବାର ସହିତ କାର୍‌ରେ କୌଣସି ସ୍ଥାନକୁ ଯାଉଥିଲେ। ତେବେ ଚାରି ନମ୍ବର ଜାତୀୟ ରାଜପଥରେ କଙ୍ଗଲ ନିକଟରେ ସେ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ଆଶାତାଇ କାମ୍ବଲେ ନାମକ ଜଣେ ମହିଳାଙ୍କୁ […]

ajinkya

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 10:39 PM IST

ନୂଆଦିଲ୍ଲୀ: ଅଡ଼ୁଆରେ ପଡ଼ି ଯାଇଛନ୍ତି କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କ ବାପା ମଧୁକର ବାବୁରାଓ ରାହାଣେ। ଆଜି ତାଙ୍କ କାର୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ନିଜେ କାର୍ ଚଳାଉଥିଲେ। କୋହ୍ଲାପୁର ପୋଲିସ୍ ତାଙ୍କୁ ଗିରଫ କରିଛି।

ରାହାଣେଙ୍କ ବାପା ତାଙ୍କ ପରିବାର ସହିତ କାର୍‌ରେ କୌଣସି ସ୍ଥାନକୁ ଯାଉଥିଲେ। ତେବେ ଚାରି ନମ୍ବର ଜାତୀୟ ରାଜପଥରେ କଙ୍ଗଲ ନିକଟରେ ସେ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ଆଶାତାଇ କାମ୍ବଲେ ନାମକ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲେ।

ଦୁର୍ଘଟଣା ପରେ ସେଠାରେ ଲୋକ ଜମା ହୋଇଗଲେ ଓ ଗୁରୁତର ଭାବେ ଆହତ ମହିଳା ଜଣଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲୋକେ ରାହାଣେଙ୍କ ବାପାଙ୍କୁ ପୋଲିସ୍‌ ଜିମାରେ ଦେଇଥିଲେ।

କୋହ୍ଲାପୁର ପୋଲିସ୍ ରାହାଣେଙ୍କ ବାପାଙ୍କ ନାଁରେ ଆଇପିସିର ଧାରା ୩୦୪ଏ, ୩୩୭,୩୩୮,୨୭୯ ଓ ୧୮୪ରେ ମାମଲା ରୁଜୁ କରିଛି।

 

Related story