ଏହି ମାମଲାରେ ଅଜିତ ଅଗରକର ବିଶ୍ୱର ଦ୍ୱିତୀୟ ଓ ଭାରତର ଶ୍ରେଷ୍ଠ ବୋଲର: ପଛରେ ପଡ଼ିଯାଇଛନ୍ତି ସେନ ୱାର୍ଣ୍ଣ, ୱାସିମ ଆକ୍ରମ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଦର୍ଶନକୁ ନେଇ ନିକଟରେ ଅନେକ ପ୍ରଶ୍ନ ଉଠାଇଥିବା ବେଳେ ଏହି ଲିଷ୍ଟରେ ଆଗରେ ଥିଲେ ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର୍‌ ଅଜିତ ଅଗରକର। ସେ ସୋସିଆଲ ମିଡିଆରେ କହିଥଲେ ଯେ ଧୋନିଙ୍କୁ ଏବେ ଅନ୍ୟ କିଛି ଚିନ୍ତା କରିବାର ସମୟ ଆସିଛି। ଅଗରକରଙ୍କ ଏହି କଥାକୁ ଧୋନିଙ୍କ ପ୍ରଶଂସକ ସହଜରେ ହଜମ କରିପାରିନଥିଲେ। ଧୋନିଙ୍କ ପ୍ରଶଂସକଙ୍କ ଠାରୁ ସୋସିଆଲ ମିଡିଆରେ ଆଗରକର ସମାଲୋଚନା ହୋଇଥିଲେ। ଜଣେ ପ୍ରଶଂସକ ପ୍ରଶ୍ନ […]

ajit-agarkar_650x400_81495961551

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 09:59 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଦର୍ଶନକୁ ନେଇ ନିକଟରେ ଅନେକ ପ୍ରଶ୍ନ ଉଠାଇଥିବା ବେଳେ ଏହି ଲିଷ୍ଟରେ ଆଗରେ ଥିଲେ ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର୍‌ ଅଜିତ ଅଗରକର। ସେ ସୋସିଆଲ ମିଡିଆରେ କହିଥଲେ ଯେ ଧୋନିଙ୍କୁ ଏବେ ଅନ୍ୟ କିଛି ଚିନ୍ତା କରିବାର ସମୟ ଆସିଛି। ଅଗରକରଙ୍କ ଏହି କଥାକୁ ଧୋନିଙ୍କ ପ୍ରଶଂସକ ସହଜରେ ହଜମ କରିପାରିନଥିଲେ। ଧୋନିଙ୍କ ପ୍ରଶଂସକଙ୍କ ଠାରୁ ସୋସିଆଲ ମିଡିଆରେ ଆଗରକର ସମାଲୋଚନା ହୋଇଥିଲେ। ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ ଯେ ଧୋନିଙ୍କ ଉପରେ ଅଙ୍ଗୁଳି ଉଠାଇବା ପୂର୍ବରୁ ଟିମ୍‌ ଇଣ୍ଡିଆରେ ରହିଥିବା ବେଳେ ଅଗରକରଙ୍କ ନିଜର କ’ଣ ସଫଳତା ଥିଲା କୁହନ୍ତୁ।

ନିଶ୍ଚିତ ଭାବେ ଧୋନିଙ୍କ ସଫଳତା ଆଗରେ ଅଗରକରଙ୍କ ସଫଳତା କମ। କିନ୍ତୁ ଦିନିକିଆ କ୍ରିକେଟରେ ଅଗରକରଙ୍କ ଏଭଳି ଏକ ରେକର୍ଡ ରହିଛି ଯାହା କୌଣସି ଭାରତୀୟ ବୋଲର ଏପର୍ଯ୍ୟନ୍ତ ଭାଙ୍ଗିପାରିନାହାଁନ୍ତି। ଭାରତ ପକ୍ଷରୁ ବୋଲିଂ କରିବା ବେଳେ ସବୁଠୁ କମ ମ୍ୟାଚ୍‌ ଖେଳି  ୫୦ ୱିକେଟ୍ ହାସଲ କରିବାର ରେକର୍ଡ ଅଗରକରଙ୍କ ନାଁରେ ରହିଛି। କେବଳ ଭାରତରେ ନୁହେଁ ବିଶ୍ୱରେ ମଧ୍ୟ ସେ ଏହି ସଫଳତା ହାସଲ କରିବାରେ ସେ ଦ୍ୱିତୀୟ ଖେଳାଳି।  ସେ ୨୩ ମ୍ୟାଚରେ ୫୦ ୱିକେଟ୍‌ ପୂରଣ କରିଥିଲେ। ଶ୍ରୀଲଙ୍କାର ଅଜନ୍ତା ମେଣ୍ତିସ ଏହି ମାମଲାରେ ଅଗରକରଙ୍କ ଉପରେ ଅଛନ୍ତି। ସେ କେବଳ ୧୯ଟି ମ୍ୟାଚ୍‌ରେ ୫୦ ୱିକେଟ୍‌ ହାସଲ କରିଥିଲେ। ବିଶ୍ୱର ଘାତକ ବୋଲର ସେନ ୱାର୍ଣ୍ଣ, ୱାସିମ ଆକ୍ରମ, ୱାକର ୟୁନିସ, ମୁରଲିଧରନ୍‌ଙ୍କ ଭଳି ବୋଲରଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଅଗରକର।

ଆହୁରି ମଧ୍ୟ ପଢନ୍ତୁ: ୧୨ ବର୍ଷ ପୂର୍ବେ ଘଟିଥିଲା ଏମିତି ଘଟଣା: କ୍ରିକେଟ୍‌ ଛାଡ଼ିବାକୁ ଯାଉଥିଲେ ଏହି ଷ୍ଟାର କ୍ରିକେଟର୍‌

Related story