ଅଣ୍ଡର-17 ବିଶ୍ୱକପ: ପ୍ରଥମ ମ୍ୟାଚ୍‌ରେ ଆମେରିକା ଠାରୁ ୩-୦ ଗୋଲରେ ପରାସ୍ତ ହେଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡର-17 ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଭାରତ ଆମେରିକା ଠାରୁ ୩-୦ ଗୋଲରେ ପରାସ୍ତ ହୋଇଛି। ଆଜିର ଉଦଘାଟନୀ ଦିବସର ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକା ଭାରତକୁ ସହଜରେ ପରାସ୍ତ କରିଥିଲା। ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳି ଉନ୍ନତମାନର ପ୍ରଦର୍ଶନ କରିଥିବା ସତ୍ତ୍ୱେ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଆଜିର ମ୍ୟାଚରେ ଷ୍ଟାଡିୟମରେ ଖଚାଖଚ୍‌ ଦର୍ଶକ ଦେଖିବାକୁ ମିଳିଥିଲା। ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାକୁ ସଫଳ କରିବା ପାଇଁ […]

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 10:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡର-17 ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଭାରତ ଆମେରିକା ଠାରୁ ୩-୦ ଗୋଲରେ ପରାସ୍ତ ହୋଇଛି। ଆଜିର ଉଦଘାଟନୀ ଦିବସର ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକା ଭାରତକୁ ସହଜରେ ପରାସ୍ତ କରିଥିଲା। ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳି ଉନ୍ନତମାନର ପ୍ରଦର୍ଶନ କରିଥିବା ସତ୍ତ୍ୱେ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଆଜିର ମ୍ୟାଚରେ ଷ୍ଟାଡିୟମରେ ଖଚାଖଚ୍‌ ଦର୍ଶକ ଦେଖିବାକୁ ମିଳିଥିଲା। ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜିର ମ୍ୟାଚରେ ଉପସ୍ଥିତି ରହିଥିଲେ। ପ୍ରଥମ ଥର ପାଇଁ ଭାରତ ଏତେବଡ ପ୍ରତିଯୋଗିତା ଆୟୋଜନ କରିରୁଥିବା ସହ ଭାରତ ମଧ୍ୟ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି। ଭାରତ ପାଇଁ ଏହା ଏକ ଐତିହାସିକ ଦିନ।

Related story