ସୁନା ଜିତିଲେ ସୁନା ଝିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୌହାଟୀରେ ଚାଲିଥିବା ସିନିୟର ନ୍ୟାସନାଲ ଆଥଲେଟିକ ମିଟରେ ସ୍ୱର୍ଣ୍ଣ ଜିତିଲେ ରାଜ୍ୟର ଦୁଇ ଆଥଲେଟ୍। ୧୦୦ ମିଟର ଦୌଡ଼ରେ ଆଜି ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଦୂତୀ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରି ନିଜର ପୂର୍ବ ରେକର୍ଡ ଭାଙ୍ଗିବା ସହ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସ୍ୱର୍ଣ୍ଣ ସହ ଦୂତୀ ଆସନ୍ତା ଏସିଆନ୍ ଗେମ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ହେପ୍ଟାଥଲନ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ଆଥଲେଟ୍ […]

dkbjcgmwkaaaaul_1505798994

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୌହାଟୀରେ ଚାଲିଥିବା ସିନିୟର ନ୍ୟାସନାଲ ଆଥଲେଟିକ ମିଟରେ ସ୍ୱର୍ଣ୍ଣ ଜିତିଲେ ରାଜ୍ୟର ଦୁଇ ଆଥଲେଟ୍। ୧୦୦ ମିଟର ଦୌଡ଼ରେ ଆଜି ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଦୂତୀ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରି ନିଜର ପୂର୍ବ ରେକର୍ଡ ଭାଙ୍ଗିବା ସହ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସ୍ୱର୍ଣ୍ଣ ସହ ଦୂତୀ ଆସନ୍ତା ଏସିଆନ୍ ଗେମ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ହେପ୍ଟାଥଲନ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍। ପୁର୍ଣ୍ଣିମା ମଧ୍ୟ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ପୂର୍ବରୁ ୪୦୦ ମିଟର ଦୌଡ଼ରେ ଆଥଲେଟ୍ ଯୌନା ମୁର୍ମୁ ଏସିଆନ୍ ଗେମ୍ସ ପାଇଁ କ୍ୱାଲିଫାଏ କରିଥିଲେ।

Related story