ୟୁଏସ୍‌ ଓପନ: ସେମିରେ ପହଞ୍ଚିଲା ସାନିଆ ମିର୍ଜା ଓ ସୁଆଇ ପେଙ୍ଗଙ୍କ ଯୋଡି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୟୁଏସ୍‌ ଓପନ ମହିଳା ଡବଲ୍ସ ସେମିରେ ପହଞ୍ଚିଛନ୍ତି ସାନିଆ ର୍ମିଜା। ସାନିଆ ଓ ଚୀନର ସୁଆଇ ପେଙ୍ଗ ଯୋଡି ସିଧାସଳଖ ସେଟରେ  ଆନ୍ଦ୍ରେ ହାଭାକୋଭା ଓ ଟିମି ବାବୋସଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟରେ ଦୁଇ ପକ୍ଷ ମଧ୍ୟରେ କଡା ଟକ୍କର ହୋଇଥିଲା। କିନ୍ତୁ ସାନିଆ ଓ ପେଙ୍ଗ ଯୋଡି  ପ୍ରଥମ ସେଟକୁ କବଜା କରିବା ପରେ ଦ୍ୱିତୀୟ ସେଟକୁ ସହଜରେ ଜିତି ନେଇଥିଲେ। ଏହି ମ୍ୟାଚ ଏକ ଘଣ୍ଟା ୫୬ମିନିଟ ଧରି ଚାଲିଥିଲା। […]

Rakesh Mallick
  • Published: Friday, 08 September 2017
  • , Updated: 08 September 2017, 06:09 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୟୁଏସ୍‌ ଓପନ ମହିଳା ଡବଲ୍ସ ସେମିରେ ପହଞ୍ଚିଛନ୍ତି ସାନିଆ ର୍ମିଜା। ସାନିଆ ଓ ଚୀନର ସୁଆଇ ପେଙ୍ଗ ଯୋଡି ସିଧାସଳଖ ସେଟରେ  ଆନ୍ଦ୍ରେ ହାଭାକୋଭା ଓ ଟିମି ବାବୋସଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟରେ ଦୁଇ ପକ୍ଷ ମଧ୍ୟରେ କଡା ଟକ୍କର ହୋଇଥିଲା। କିନ୍ତୁ ସାନିଆ ଓ ପେଙ୍ଗ ଯୋଡି  ପ୍ରଥମ ସେଟକୁ କବଜା କରିବା ପରେ ଦ୍ୱିତୀୟ ସେଟକୁ ସହଜରେ ଜିତି ନେଇଥିଲେ। ଏହି ମ୍ୟାଚ ଏକ ଘଣ୍ଟା ୫୬ମିନିଟ ଧରି ଚାଲିଥିଲା।

ପ୍ରଥମଥର ପାଇଁ ସାନିଆ ମିର୍ଜା ଓ ସୁଆଇ ପେଙ୍ଗ ଯୋଡି ଗ୍ରାଣ୍ଡସ୍ଲାମରେ ଏକାଠି ଖେଳୁଛନ୍ତି। ସାନିଆ ମିର୍ଜା ବର୍ତ୍ତମାନ ସୁଦ୍ଧା ୫ଥର ୟୁଏସ ଓପନରେ ଭାଗ ନେଇଥିବା ବେଳେ ଚତୁର୍ଥ ଥର ପାଇଁ ସେମିରେ ପହଞ୍ଚିଛନ୍ତି।  ତେଣୁ ସେମିରେ ଭଲ ପ୍ରଦର୍ଶନ କରି ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ସାନିଆ ଓ ପେଙ୍ଗ ଯୋଡି।

Related story