କୋଚି: ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିଲା ଏସିଆନ୍ ଗେମ୍ସ। ଏବେ ଏହି ପ୍ରତିଯୋଗିତାରୁ ଭାରତକୁ ଏକ ବ୍ରୋଞ୍ଜ ପଦକ ମିଳିବ। କେରଳର ଅନୁ ରାଘବନଙ୍କ ମାଧ୍ୟମରେ ଭାରତକୁ ଏହି ପଦକ ମିଳିବ।
[caption id="attachment_327733" align="aligncenter" width="750"]
ଗତବର୍ଷ ଏସିଆନ୍ ଗେମ୍ସରେ ଅନୁ ରାଘବନ ୪୦୦ ମିଟର ହର୍ଡଲ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାରେ ବାହରେନର କେମି ଆଡେକୋୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭିଏତନାମର କ୍ୱାଚ୍ ଥି ଲାନ୍ ରୌପ୍ୟ ଓ ବାହରେନର ଅମିନତ୍ ଜମାଲ ବ୍ରୋଞ୍ଜ ପଦକ ପାଇଥିଲେ। ଅନୁ ଚତୁର୍ଥ ସ୍ଥାନରେ ରହି ନିରାଶ ହୋଇଥିଲେ।
ତେବେ କେମି ବେଆଇନ୍ ଔଷଧ ଗ୍ରହଣ କରିଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା ଓ ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା। ଏହା ପରେ ଆଥେଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟି ପ୍ରଥମ ପଦକ୍ଷେପ ସ୍ୱରୂପ ତାଙ୍କୁ ନିଲମ୍ବନ କରି ଦେଇଛି। ତେବେ ତାଙ୍କ ଉପରେ ବ୍ୟାନ୍ ଜାରି ହେଲା ମାତ୍ରେ ଅନୁ ବ୍ରୋଞ୍ଜ ପଦକ ପାଇବେ। ସେହିଭଳି ଥି ଲାନ୍ ଓ ଜମାଲ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇବେ।