ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଲଦାଖବାସୀଙ୍କ ପାଇଁ ଖୁସି ଖବର। ଏବେ ଲଦାଖରେ କ୍ରିକେଟ୍ ଏବଂ ସ୍ପୋର୍ଟ୍ସ ଏକାଡେମୀର ସ୍ଥାପନ କରାଯିବା ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଘୋଷଣା କରିଛନ୍ତି।
ଏହି ଏକାଡେମୀ ଖୋଲିବା ଦ୍ୱାରା ଅଞ୍ଚଳର ପ୍ରତିଭାଶାଳୀ ଖେଳାଳିଙ୍କୁ ଅଭ୍ୟାସ କରିବାର ସବୁ ସୁବିଧା ମିଳିପାରିବ। ଠାକୁରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିବସ ଅବସରରେ ଲେହରେ ସ୍ୱଚ୍ଛ ଅଭିଯାନରେ ଭାଗ ନେଇଥିଲେ।
ଏହି ଅବସରରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଠାକୁର ସ୍ପୋର୍ଟ୍ସ ଏକାଡେମୀର ଘୋଷଣା କରି କହିଛନ୍ତି, "ଖେଳାଳିମାନଙ୍କ ପାଇଁ ଉପଯୁକ୍ତ ପ୍ଲାଟଫର୍ମ ପ୍ରସ୍ତୁତ କରିବା ପାଇଁ ମୁଁ ସର୍ବଦା ପ୍ରୟାସ କରିଆସିଛି। ମୁଁ ଲେହରେ କ୍ରିକେଟ୍ ଏବଂ ସ୍ପୋର୍ଟ୍ସ ଏକାଡେମୀ ସ୍ଥାପନ କରିବା ନେଇ ପ୍ରସ୍ତାବ ରଖିଛି, ଯଦ୍ଦ୍ୱାରା ଏହି ଅଞ୍ଚଳର ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳିପାରିବ।"
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମ୍ବେଦକର ବିବାଦ: ରଣକ୍ଷେତ୍ର ପାଲଟିଲା ପୌରପାଳିକାର ବୈଠକ
ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା।
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।
National
ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର ହୋଇଥିଲେ, କିନ୍ତୁ ଏବେ କୋର୍ଟ ଦେଲେ ମୃତ୍ୟୁଦଣ୍ଡ
ପ୍ରଥମେଶଙ୍କ ଉପରେ ତାଙ୍କ ୬୮ ବର୍ଷୀୟ ବାପା ଅଶିମ. ୬୦ ବର୍ଷୀୟ ମା’ ଶୁଭଦ୍ରା ଓ ବାହାଘର ପରେ ମଧ୍ୟ ଘରେ ରହୁଥିବା ୩୮ ବର୍ଷୀୟ ଭଉଣୀ ପଲ୍ଲବୀ ନିର୍ଭରଶୀଳ ଥିଲେ।
National
ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ
ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ।
National
୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍, ଏହି ସବୁ ପ୍ରଶ୍ନରେ କଲା ଘାଇଲା
ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ ଥାନାରେ ପହଞ୍ଚିଥିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଏସିପି ରମେଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ୍ ଟିମ ଅଲ୍ଲୁଙ୍କୁ ଜେରା କରିଥିଲା।