ଭାରତର ଐତିହାସିକ ବିଜୟ ପରେ ଟ୍ୱିଟ୍‌ରେ ଏମିତି କଥା ଲେଖିଲେ ଅନୁଷ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୁକ୍ରବାର ଭାରତୀୟ କ୍ରିକେଟ୍ ଟିମ୍ ପୁଣି ଇତିହାସ ରଚିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ତା’ ମାଟିରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ରେ ଦଳ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍ ଜିତି ଥିଲା। ଏଣୁ ମୋଟାମୋଟି ଭାବେ ଭାରତର ଏଥରର ଅଷ୍ଟ୍ରେଲିଆ ଗସ୍ତକୁ ଐତିହାସିକ ବୋଲି କୁହାଯାଇପାରିବ। ଏହି ଦୁଇ ଐତିହାସିକ ବିଜୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିଅରର ଏକ […]

virat

Jitendra Garnayak
  • Published: Saturday, 19 January 2019
  • , Updated: 19 January 2019, 08:33 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୁକ୍ରବାର ଭାରତୀୟ କ୍ରିକେଟ୍ ଟିମ୍ ପୁଣି ଇତିହାସ ରଚିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ତା’ ମାଟିରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ରେ ଦଳ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍ ଜିତି ଥିଲା। ଏଣୁ ମୋଟାମୋଟି ଭାବେ ଭାରତର ଏଥରର ଅଷ୍ଟ୍ରେଲିଆ ଗସ୍ତକୁ ଐତିହାସିକ ବୋଲି କୁହାଯାଇପାରିବ।

ଏହି ଦୁଇ ଐତିହାସିକ ବିଜୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିଅରର ଏକ ବଡ଼ ସଫଳତା ବୋଲି କୁହାଯାଇପାରିବ। କାରଣ ତାଙ୍କ ନେତୃତ୍ୱରେ ଗୋଟିଏ ଗସ୍ତ ବେଳେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ୍ ସିରିଜ୍ ଓ ଏକ ଦିନିକିଆ ସିରିଜ୍ ଜିତିଛି। ତା’ସହିତ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ରେ ବି ଭାରତ ହାରି ନାହିଁ। ଏହି ସିରିଜ୍ ୧-୧ରେ ଡ୍ର’ ରହିଥିଲା। ଆଉ ଏହା ବିରାଟଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବହୁତ ଖୁସି ଦେଇଛି।

ଗତକାଲି ଭାରତ ଦିନିକିଆ ସିରିଜ୍ ଜିତିବା ପରେ ଅନୁଷ୍କା ଟ୍ୱିଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଦେଇଥିଲେ। ସେ ଲେଖିଥିଲେ, ଏହା ଏକ ଅଭୁଲା ଓ ଅତ୍ୟନ୍ତ ଭଲ ଗସ୍ତ। ପୁରୁଷଙ୍କ ଏହି ଐତିହାସିକ ବିଜୟର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ମୁଁ ବହୁତ ଖୁସି। ସେଥିପାଇଁ ବହୁତ ଶୁଭେଚ୍ଛା।

ଏହା ସହିତ ସେ ତାଙ୍କ ସ୍ୱାମୀ ତଥା ଭାରତୀୟ ଟିମ୍‌ର ଅଧିନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ମୋ ପ୍ରେମ ‘ବିରାଟ କୋହଲି’ ତୁମ ପାଇଁ ମୁଁ ବହୁତ ଗର୍ବିତ।

ଗତକାଲି ଭାରତ ଆଗରେ ବିଜୟ ପାଇଁ ୨୩୧ ରନ୍‌ର ଟାର୍ଗେଟ ଥିଲା। ତେବେ ଭାରତ ୪୯.୨ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରୋହିତ ଶର୍ମା ୯ ରନ୍, ଶିଖର ଧୱନ ୨୩ ଓ ବିରାଟ କୋହଲି ୪୬ ରନ୍ କରି ଆଉଟ୍ ହୋଇଯିବା ପରେ ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ମ୍ୟାଚ୍‌କୁ ଜିତାଇ ଦେଇଥିଲେ। ଏହା ସହିତ ଭାରତ ୨-୧ରେ ସିରିଜ୍ ବି ଜିତି ଯାଇଥିଲା। ଧୋନି ଅପରାଜିତ ୮୭ ରନ୍ (୧୧୪ ବଲ୍, ୬ ଚୌକା) ଓ କେଦାର ଯାଦବ ୬୧ ରନ୍ (୫୭ ବଲ୍, ୭ ଚୌକା) କରିଥିଲେ। ଏହି ମ୍ୟାଚ୍‌ରେ ୟୁଜଭେନ୍ଦ୍ର ଚହଲ ୬ଟି ୱିକେଟ୍ ନେଇଥିଲେ।

Related story